ବିଶିଷ୍ଟ ଜ୍ୟୋତିରବିଦ୍ ରଙ୍କନିଧି ସାହୁଙ୍କ ପରଲୋକ

0
11

ବ୍ରହ୍ମପୁର,୧୫/୪/୨୪: ସ୍ଥାନୀୟ ବିଜିପୁର ନିବାସୀ ରଙ୍କନିଧି ସାହୁ ରବିବାର ପବିତ୍ର ବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀରେ ନିଜସ୍ୱ ବାସ ଭବନରେ ୮୧ ବର୍ଷ ବୟସରେ ଇହ ଲୀଳା ତ୍ୟାଗ କରିଥିଲେ l ରଙ୍କନୀଧି ସାହୁ ଜ୍ୟୋତିର୍ବିଦରେ ପାରଙ୍ଗମ ସହ ବିଜିପୁର ଜଗନ୍ନାଥ ମନ୍ଦିରରେ ଭାଗବତ ପାଠ ପ୍ରବଚନ କରି ଆସୁଥିଲେ। ରଙ୍କନିଧି ସାହୁ କରୋନା କାଳରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିଥିଲେ l ରଙ୍କନିଧି ସାହୁଙ୍କ ଦ୍ୱାରା ଲିଖିତ ଧାର୍ମିକ ଆଧ୍ୟାତ୍ମିକ ପୁସ୍ତକ ଶ୍ରୀରାମ ରସାମୃତ ଗତବର୍ଷ ଫେବୃୟାରୀ ମାସରେ ବ୍ରହ୍ମପୁର ବିଧାୟକଙ୍କ କରକମଳରେ ଉନ୍ମୋଚନ ହୋଇଥିଲା l ରଙ୍କନିଧି ଜଣେ ମେଳାପି ବନ୍ଧୁ ଓ ସମାୟୁନବର୍ତିତା ଓ ପରଉପକାରୀ ଥିଲେ ।
ରଙ୍କନିଧି ସାହୁଙ୍କ ନିଧନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସାହୁଙ୍କ ବିୟୋଗରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଲାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ସୁଦଷ୍ଣା ସାହୁ,ଚାରି ପୁତ୍ର ନୀଳକଣ୍ଠ ସାହୁ,ନିରଞ୍ଜନ ସାହୁ, ନିର୍ମଳ ସାହୁ,ନୀଳାଞ୍ଚଳ ସାହୁ,ଦୁଇ କନ୍ୟା ବିଜୟ ଲକ୍ଷ୍ମୀ ସାହୁ ,ଉମା ପାତ୍ରଙ୍କ ବହୁ ସମ୍ପର୍କୀୟ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here