ବିଷୁବ ମିଳନ ଓ ଓଡ଼ିଆ ନବ ବର୍ଷ ଉତ୍ସବ ପାଳନ

0
17

ବ୍ରହ୍ମପୁର,୧୭/୦୪/୨୦୨୪: ଓଡିଶା ର ପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳାପରିଷଦ ରେ ବିଷୁବମିଳନ ଓଡ଼ିଆ ନବବର୍ଷ ଉତ୍ସବ ମହାସମାରୋହ ରେ ପାଳନ ହୋଇଯାଇଛି l ପ୍ରାରମ୍ଭ ରେ ଅନୁଷ୍ଠାନ ର ଉପଦେଷ୍ଟା ମଣ୍ଡଳୀ ଶ୍ରୀ ଦେବେନ୍ଦ୍ର ନାଥ ନନ୍ଦ, ଶ୍ରୀ ରାମନାରାୟଣ ପ୍ରଧାନ, ମେଜର ରମା ରମଣ ପାଢ଼ୀ, ଶ୍ରୀ ଯାମିନୀକାନ୍ତ ଦାସ, ଶ୍ରୀମତୀ ସରୋଜିନୀ ସାମଲ,ଶ୍ରୀ ରାଧା କୃଷ୍ଣ ପରିଚ୍ଛା, ବରିଷ୍ଠ ସଦସ୍ୟ ଶ୍ରୀ ବାସୁଦେବ ରଥ, ରଜନୀ ପାଠୀ ପ୍ରମ୍ମୁଖ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ l ସମ୍ପାଦକ ଇଂ ମନୋଜ ଦଣ୍ଡପାଟ୍ଟ ପରିଷଦ ର ନବ ନିର୍ବାଚିତ କର୍ମକର୍ତା ଙ୍କ ପରଚୟ ପ୍ରଦାନ କରିଥିଲେ l ସଭାପତି ଶ୍ରୀ କେଦାର ଆପ୍ତା, ଉପସଭାପତି ଶ୍ରୀ ସୂର୍ଯ୍ୟ କାନ୍ତ ପାତ୍ର, ସଭାନେତ୍ରୀ ଶ୍ରମତୀ ସ୍ଵର୍ଣ ପ୍ରଭା ପାଢ଼ୀ, ସାଧାରଣ ସମ୍ପାଦକ ଇଂ ଅପୂର୍ବ ପଟ୍ଟନାୟକ, କୋଷାଧକ୍ଷ ଶ୍ରୀ ଗଗନ ଚାନ୍ଦ ପଟ୍ଟନାୟକ, କାର୍ଯ୍ୟ କାରିଣୀ କମିଟି ସଦସ୍ୟ ଶ୍ରୀ ଅଶୋକ କୁମର ଜେନା, ଶ୍ରୀ ସତ୍ୟ ମହାରଣା, ଡ଼8 ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବରିଷ୍ଠ ସଦସ୍ୟ ଶ୍ରୀ ସୁବୋଧ ପଟ୍ଟନାୟକ ଉତ୍ସବ ପାଳନ ର ଐତିହ୍ୟ ଓ ତାପ୍ତର୍ଯ୍ୟତା ଉପରେ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ l ଅନୁଷ୍ଠାନ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେଉତ୍କଳ ଜନନୀ ଓ ସ୍ୱାଗତ ସଂଗୀତ ପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା l ଅନୁଷ୍ଠାନ ର ଓଡିଶୀ ନୃତ୍ୟ ବିଭାଗ ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ lପରିଷଦ ର ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଆଧୁନିକ ସଂଗୀତ ପରିବେଷଣ କରାଯାଇଥିଲା l ଚିତ୍ରକଳା ବିଭାଗ ଛାତ୍ର /ଛାତ୍ରୀ ମାନଙ୍କ ପ୍ରସ୍ତୁତ ଚିତ୍ର କଳା ପ୍ରଦଶନ କରାଯାଉଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନ୍ୟତମ ସମ୍ପାଦକ ଇଂ ଅଭୟେନ୍ଦୁ ଶେଖର ପଟ୍ଟନାୟକ ପରିଚାଳନା କରିବା ସ୍ଥଳେ ଶ୍ରୀ ନୀଳାଞ୍ଚଳ ବେହେରା, ଶ୍ରୀ କୃଷ୍ନ ପଣ୍ଡା (ଅଧିବକ୍ତl), ଭବାନୀ ଚରଣ ମିଶ୍ର, ଶ୍ରୀ ଅଶ୍ୱିନୀ ମହାପାତ୍ର,ଶ୍ରୀ ମିହିରି କୁମାର ପାଣିଗ୍ରାହୀ,ଶାନ୍ତନୁ କୁମାର ମିଶ୍ର, ଶ୍ରୀ ଅମୀୟ କୁମାର ତ୍ରିପାଠୀ (ପି. ଆର. ଓ),ଶୁଭ୍ର ସୌରଭ, ଗୁରୁ ଶ୍ରୀ ବାଳଗୋପାଳ ଶତପଥୀ, ଗୁରୁ ଶ୍ରୀ ଗନ୍ଧର୍ଭବେହେରା,ଗୁରୁ ପୀତବାସ ନାୟକ ପ୍ରମ୍ମୁଖ ଗୀତ ସଂଗୀତ ଓ ଚିତ୍ର ପ୍ର ଦର୍ଶନ ରେ ସହଯୋଗ କରିଥିଲେ lପରିଶେଷରେ ପଣା ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here