ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ରେଡ କ୍ରସ ଦିବସ ପାଳିତ

0
14

ବୁଗୁଡା, ୦୮/୦୫/୨୦୨୨୪: ଗଞ୍ଜାମ ଜିଲ୍ଲାର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଇ ୮ ତାରିଖ ଦିନ, ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ “ବିଶ୍ୱ ରେଡ କ୍ରସ ଦିବସ” ପାଳିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ତଥା ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟି.ଏସ.ଡି କଲେଜ, ବି.ଡି.ପୁର ର ତେନ୍ତୁଳିଆ ଶାସନ ଦେବସ୍ଥାନ କଲେଜର ରସାୟନ ବିଜ୍ଞାନ ଅଧ୍ୟାପକ ତଥା ପ୍ରାକ୍ତନ ଯୁବ ରେଡ କ୍ରସ ପରାମର୍ଶଦାତା ମନୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ରେଡ଼କ୍ର ସସ୍ବେଛାସେବୀ ବୃନ୍ଦଙ୍କୁ ରେଡ କ୍ରସ ର ମୌଳିକ ନୀତି ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ l ଶ୍ରୀ ଆଚାର୍ଯ୍ୟ ରେଡ କ୍ରସ ର ଇତିହାସ ଓ ଇତିବୃତ୍ତି ସମ୍ପର୍କରେ ମତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ଯୁବ ରେଡ କ୍ରସ ସ୍ବେଛାସେବୀମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ହୋଇ ସମାଜ ସେବା କ୍ଷେତ୍ରରେ ଆଗ୍ରହ ସୃଷ୍ଟି କରିପାରିଛି l

LEAVE A REPLY

Please enter your comment!
Please enter your name here