ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ରାଜ୍ୟର ସମସ୍ତ ଲୋକସଭା ଆସନରେ ପଦ୍ମ ଫୁଟିବ:ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡା

0
40

ଭୂବନେଶ୍ୱର,୧୬/୦୫/୨୦୨୪:
ଭାରତୀୟ ଜନତା ପାର୍ଟିର ମାନନୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡା ଗୁରୁବାର ଦିନ ଓଡ଼ିଶାର ପଦ୍ମପୁର ଏବଂ ସୁନ୍ଦରଗଡରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ଅହି ଅବସରରେ ସେ ଦୁର୍ନୀତି ଏବଂ ସ୍କାମ ପାଇଁ ବିଜେଡିକୁ କଡ଼ା ଟାର୍ଗେଟ କରିବା ସହ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ଆହ୍ୱାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ବିଜେପିର ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି, ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତ, ସୁନ୍ଦରଗଡ ପ୍ରାର୍ଥୀ ଶ୍ରୀ ଜୁଏଲ ଓରାମ, ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଏବଂ ଦଳର ଅନ୍ୟ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ।ଜାତୀୟ ରାଷ୍ଟ୍ରପତି ଶ୍ରୀ ନଡ୍ଡା କହିଛନ୍ତି ଯେ,୨୦୧୪ ପୂର୍ବରୁ ସାଧାରଣ ଲୋକଙ୍କର ମନରେ ଥିଲା ଯେ ଭାରତରେ କିଛି ପରିବର୍ତ୍ତନ ହେବ ନାହିଁ । ସମସ୍ତ ରାଜନେତା ସମାନ । କିନ୍ତୁ ୨୦୧୪ ପରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କ୍ଷମତା ଭାରତର ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଓ ବିକାଶ କରିବାର ଉତ୍ସାହ ଭରି ଦେଇଥିଲା । ଆଜି ଦେଶ “ବିକଶିତ ଭାରତ” ର ସଂକଳ୍ପ କୁ ନେଇ ଚାଲିବା ଆରମ୍ଭ କରି ଦେଇଛି । ଦେଶର ଲୋକମାନେ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଛିଡ଼ା ହୋଇଥିବା ଦେଖୁଛନ୍ତି | ଗତ ୧୦ ବର୍ଷ ମଧ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ରାଜନୀତିର ସଂଜ୍ଞା ଏବଂ ସଂସ୍କୃତି ବଦଳି ଯାଇଛି।୧୦ ବର୍ଷ ପୂର୍ବେ ରାଜନେତାମାନେ ଧର୍ମ, ତୁଷ୍ଟିକରଣ ଏବଂ ଭୋଟ୍ ବ୍ୟାଙ୍କର ରାଜନୀତି କରୁଥିଲେ। କିନ୍ତୁ ମାନନୀୟ. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ବର୍ଷରେ ରାଜନୀତିର ସଂଜ୍ଞା, ରାଜନୀତିର ସଂସ୍କୃତି, ରାଜନୀତିର ପଦ୍ଧତି ଏବଂ ରାଜନୀତିର ଚିନ୍ତାଧାରାକୁ ପରିବର୍ତ୍ତନ କରି ଦେଇଛନ୍ତି। ଆଜି ରାଜନୀତି ବିକାଶବାଦର ହୋଇଯାଇଛି, ଆଜିର ରିପୋର୍ଟ କାର୍ଡର ରାଜନୀତିରେ ପରିଣତ ହୋଇଛି | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ର ଦେଇଛନ୍ତି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ । ”ଶ୍ରୀ ନଡ୍ଡା କହିଛନ୍ତି ଯେ, ପୂର୍ବରୁ ଭାରତକୁ ପଛୁଆ ଦେଶ ଭାବେ ପରିଗଣତି କରାଯାଉଥିଲା । କିନ୍ତୁ ଆଜି ଭାରତ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବ୍ରିଟେନକୁ ପଛରେ ପକାଇ ୧୧ ତମ ଅର୍ଥବ୍ୟବସ୍ଥାରୁ ବିଶ୍ୱର ୫ମ ସବୁଠୁ ବଡ ଅର୍ଥବ୍ୟବସ୍ଥା ହୋଇପାରିଛି । ବିଜେପିର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ହେବ । ଏହି ଦେଶରେ ଟ୍ୟୁବରକ୍ଲୋସିସର ଔଷଧ ଆସିବାରେ ପ୍ରାୟ ୨୫ ବର୍ଷ ଲାଗିଯାଇଥିଲା, ଟିଟାନାସ ଔଷଧ ଆସିବାକୁ ୨୮ ବର୍ଷ ଲାଗିଯାଇଥିଲା, ଜାପାନୀ ଜ୍ୱରର ଔଷଧ ଆସିବାରେ ଶହେ ବର୍ଷ ଲାଗିଯାଇଥିଲା, ଯେତେବେଳେ କି ମୋଦି ୯ ମାସ ଭିତରେ କରୋନାର ଦୁଇଟି ଦୁଇଟି ଭ୍ୟାକ୍ସିନ ପ୍ରସ୍ତୁତ କରି ଭାରତର ୧୪୦ କୋଟି ଦେଶବାସୀଙ୍କୁ ସୁରକ୍ଷା କବଚ ଦେବାର କାମ କରିଥିଲେ ଏବଂ ଏହା ସହିତ ଅନ୍ୟ ଶହେ ଦେଶକୁ ବି ଭ୍ୟାକ୍ସିନ ସୁବିଧା ପହଂଚାଇଥିଲେ । ଶ୍ରୀ ନଡ୍ଡା କହିଛନ୍ତି ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅନୁସୂଚିତ ଜନଜାତିଙ୍କୁ ସମ୍ମାନ ଦେବା ପାଇଁ ଜନଜାତି ଗୌରବ ଦିବସ ପାଳନ କରୁଛନ୍ତି । ଦେଶର ଗରିବ ଆଦିବାସୀ ଘରର ଝିଅ ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ପ୍ରଥମ ନାଗରିକ କରି ମହିଳା ଓ ଆଦିବାସୀ ସମ୍ପ୍ରଦାୟର ସମ୍ମାନ କରିଛନ୍ତି । ଆଦିବାସୀ ସମାଜର କଲ୍ୟାଣ ପାଇଁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଜେଟକୁ ୨୧ ଗୁଣା ବୃଦ୍ଧି କରିଛନ୍ତି ଏବଂ ଏକଲବ୍ୟ ସ୍କୁଲ ଖୋଲିଛନ୍ତି ଯାହାଦ୍ୱାରା କୌଣସି ବି ଆଦିବାସୀ ପିଲା ଶିକ୍ଷାରୁ ବଂଚିତ ନହେଉ । ଜଙ୍ଗଲରେ ସୃଷ୍ଟି ହେଉଥିବା ୯୦ଟି ଉତ୍ପାଦ ଉପରେ କେନ୍ଦ୍ର ସରକାର ସମର୍ଥନ ମୂଲ୍ୟ ପ୍ରଦାନ କରୁଛନ୍ତି ।ସ୍ୱଚ୍ଛତା ଅଭିଯାନ ଅଧୀନରେ ତିଆରି ହୋଇଥିବା ୧୨ କୋଟି ଘର ମଧ୍ୟରୁ ୧.୫ଘର ଆଦିବାସୀ ଅଂଚଳରେ ନିର୍ମାଣ ହୋଇଛି, ଏହା ସହିତ ବନ ଧନ ବିକାଶ କେନ୍ଦ୍ର ପାଇଁ ୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜକୁ କେବେ ଭୋଟବ୍ୟାଙ୍କ ପରି ଦେଖିନାହାନ୍ତି, ବରଂ ଦେଶର ନାଗରିକ ଭାବେ ଦେଖିଛନ୍ତି ଏବଂ ଭାବିଛନ୍ତି ତଥା ସେମାନଙ୍କୁ ମୁଖ୍ୟସ୍ରୋତରେ ଯୋଡିଛନ୍ତି ।ଶ୍ରୀ ନଡ୍ଡା କହିଛନ୍ତି ଯେ, ଆଜିର ଭାରତ ମାଗୁଥିବା ବାଲା ନୁହେଁ, ବରଂ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ଦେବା ବାଲା ଭାରତ ପାଲଟିଯାଇଛି । ଭାରତ ଆଜି ଔଷଧ ପ୍ରସ୍ତୁତ କରିବା କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଂଚିଛି । ସବୁଠୁ ଶସ୍ତା ଓ ସବୁଠୁ ପ୍ରଭାବଶାଳୀ ଔଷଧ ଆଜି ଭାରତରେ ପ୍ରସ୍ତୁତ ହେଉଛି । ପେଟ୍ରୋକେମିକାଲ କ୍ଷେତ୍ରରେ ଭାରତ ଆଗକୁ ବଢିଛି । ଅଟୋମୋବାଇଲ କ୍ଷେତ୍ରରେ ଭାରତ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଛି, ଇସ୍ପାତ ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ୧୦ ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ସମସ୍ତ ମୋବାଇଲ୍ ଫୋନ, କୋରିଆ, ଜାପାନ ଓ ଚୀନରେ ତିଆରି ହେଉଥିଲା, ଆଜି ପ୍ରତି ମୋବାଇଲର ନିର୍ମାଣ ବି ଭାରତରେ ହେଉଛି ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୫୫ହଜାର କିଲୋମିଟର ରାଜପଥର ନିର୍ମାଣ କରାଯାଇଛି, ପ୍ରତିଦିନ ୨୮ କିଲୋମିଟର ଜାତୀୟ ରାଜପଥର ନିର୍ମାଣ କରାଯାଉଛି, ୫୧ ହଜାର କିଲୋମିଟର ପର୍ଯ୍ୟନ୍ତ ରେଳର ବିଦ୍ୟୁତିକରଣ କରାଯାଇଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକାରୀ ନୀତି କାରଣୁ ଗାଁ, ଗରିବ, ବଂଚିତ, ଶୋଷିତ, ଯୁବକ, ମହିଳା ଓ ଚାଷୀଙ୍କୁ ଶକ୍ତି ମିଳିଛି । ଆଜି ୧.୫ ପଂଚାୟତରେ ଅପ୍ଟିକାଲ ଫାଇବର ପହଂଚିଛି, ୨ଲକ୍ଷ ଗାଁରେ ସାମୁଦାୟିକ ସର୍ଭିସି ସେଂଟର ଖୋଲିଛି । ପୂର୍ବରୁ ବିଜୁ ଜନତା ଦଳର ଲୋକଙ୍କ କହିବା କଥା ଥିଲା ଯେ, ଭାରତର ଲୋକେ ଅପାଠୁଆ ଅଟନ୍ତି, ସେମାନେ ଡିଜିଟାଲ ମାଧ୍ୟମରେ ନେଣଦେଶ କରିପାରିବେ ନାହିଁ । କିନ୍ତୁ ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିବା ବାଲା ବି ଡିଜିଟାଲ ମାଧ୍ୟମରେ ପଇସା ନେଣଦେଶ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧୀନରେ ଗାଁକୁ ପକ୍କା ସଡକ ସହିତ ଯୋଡା ଯାଇଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୮୦ ଲୋକଙ୍କୁ ୫ କିଲୋ ଶସ୍ୟ ନିଶୁଳ୍କ ଯୋଗାଯାଉଛି, ଯେଉଁଥିରେ ପ୍ରାୟ ୧୫ଲକ୍ଷ ପରିବାର ଓଡ଼ିଶାର ବରଗଡ ଜିଲ୍ଲାର ସାମିଲ ଅଛନ୍ତି ।
ମାନନୀୟ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆଜି ୨୫ କୋଟି ଲୋକ ଗରିବର ସୀମାରେଖାରୁ ଉପରକୁ ଉଠିଛନ୍ତି ଏବଂ ଅନ୍ତରର୍ଜାତୀୟ ମୁଦ୍ରା କୋଷ ପକ୍ଷରୁ ଏହା କୁହାଯାଇଛି । ଏହା ବଦଳୁଥିବା ଭାରତର ଚିତ୍ର ଅଟେ । ଚାଷୀଙ୍କୁ ପ୍ରତି ଚାରି ମାସରେ ୨ ହଜାର ଟଙ୍କା କିଷାନ ସମ୍ମାନ ନିଧି ଅଧୀନରେ ପଠାଯାଉଛି, ଯେଉଁଥିରେ ଓଡ଼ିଶାର ୩୨ ଲକ୍ଷ ଚାଷୀ ବି ଅଛନ୍ତି । ବିଜେପିର ତୃତୀୟ ଥର ବିଜୟ ପରେ ଓଡ଼ିଶା ଓ ଭାରତ ଡାଲିଜାତୀୟ ଓ ଶସ୍ୟଜାତୀୟରେ ଆତ୍ମନିର୍ଭର ହୋଇପାରିବ । ଶ୍ରୀ ଅନ୍ନ କ୍ଷେତ୍ରରେ ଭାରତ ଅନ୍ତର୍ଜାତୀୟ ହବ୍ ପାଲଟିବ ଏବଂ ଏହା ବଦଳୁଥିବା ଭାରତର ଚିତ୍ର ଅଟେ ।
ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ କୋଟି ଲୋକଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ ସିଲିଂଡର ଉପଲବ୍ଧ କରାଇଛନ୍ତି, ଏଥି ମଧ୍ୟରୁ ୬୦ ହଜାର ଲୋକ ବରଗଡର ଅଛନ୍ତି । ଆଗାମୀ ଦିନରେ ସିଲିଂଡର ନୁହେଁ ବରଂ ପାଇପ ଜରିଆରେ ଗ୍ୟାସ ପହଂଚା ଯିବ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ୩ କୋଟି ମା ଓ ଭଉଣୀଙ୍କୁ ଲଖପତି ଦିଦି କରାଇବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟି ଘରର ନିର୍ମାଣ କରାଯାଇଛି ।
ଆଦରଣୀୟ ଶ୍ରୀ ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ପ୍ରତ୍ୟେକ ଘର ଉପରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯିବ । ଏହା ଦ୍ୱାରା ବିଜୁଳି ବିଲ ଶୂନ୍ୟ ହୋଇଯିବ ଓ ବଳକା ବିଜୁଳିକୁ ସରକାର କ୍ରୟ କରିବେ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ନିଶୁଳ୍କ ଉପଲବ୍ଧ କରାଯାଉଛି । ଓଡିଶାରେ ୬୮ ଲକ୍ଷ ଲୋକ ଏହି ଯୋଜନାରୁ ବଂଚିତ ହୋଇ ଯାଇଛନ୍ତି । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରିଛନ୍ତି ଯେ ତାଙ୍କର ତୃତୀୟ କାର୍ଯ୍ୟକାଳରେ ୭୦ ବର୍ଷରୁ ଅଧିକ ସମସ୍ତ ବର୍ଗ ଓ ସଂପ୍ରଦାୟର ଲୋକ ମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ନିଶୁଳ୍କ ପ୍ରଦାନ କରାଯିବ ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ରାଜ୍ୟର ଟେକ୍ସ ଡିଭୋଲ୍ୟୁସନ୍ ୩.୫ପ୍ରତିଶତ ବୃଦ୍ଧି କରିଛନ୍ତି । ସହାୟତା ରାଶିକୁ ମଧ୍ୟ ୩ ଗୁଣା ବଢାଯାଇଛି ଓ ସମ୍ବଲପୁରରେ ଆଇଆଇଏମ୍ କ୍ୟାମ୍ପସ୍ ସ୍ଥାପନ କରାଯାଇଛି , ରେଳ ବଜେଟକୁ ୧୨ ଗୁଣା ବଢାଯାଇଛି , ଓଡିଶାରେ ୪୩୦୦ କିଲୋମିଟରରୁ ଅଧିକ ଜାତୀୟ ରାଜମାର୍ଗର ନିର୍ମାଣ କରାଯାଇଛି , ଝାରସୁଗୁଡାରେ ବିମାନ ବନ୍ଦର କରାଯାଇଛି ଓ ଓଡିଶାରେ ମନୋହରପୁର-ରାଉରକେଲା-ଝାରସୁଗୁଡା -ଜାମଗାଁବକୁ ଯୋଡୁଥିବା ରେଲୱେର ତୃତୀୟ ଲାଇନ୍ ନିର୍ମାଣଧୀନ ଅଛି ।
ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀ ଶ୍ରୀ ନଡ୍ଡା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି ନବୀନ ପଟ୍ଟନାୟକ ଜନତାଙ୍କ ମଧ୍ୟରେ ରୁହନ୍ତି ନାହିଁ ଓ ନା ସେମାନଙ୍କର ସମସ୍ୟାର ସମାଧାନ ଖୋଜନ୍ତି । ଏବେ ସମୟ ଆସି ଯାଇଛି ଯେ ଓଡିଶାର ଜନତା ଜଣେ ଯୁବ ମୁଖ୍ୟମନ୍ତ୍ରୀ ଖୋଜୁଛନ୍ତି ଯିଏ ଓଡିଶାର ରହିବା ବାଲା ହୋଇଥିବା , ଯିଏ ମାଟି ସହିତ ଜଡିତ ଥିବା , ଏଠାକାର ସଂସ୍କୃତିକୁ ଜାଣିଥିବ ଓ ବୁଝୁଥିବ, ଭାଜପା ଏଭଳି ହିଁ ମୁଖ୍ୟମନ୍ତ୍ରୀ ଓଡିଶାକୁ ଦେବ , ଏଥିପାଇଁ ଏହି ନିର୍ବାଚନ ଓଡିଶାର ସ୍ୱାଭିମାନର ନିର୍ବାଚନ ଅଟେ । ବିଜୁ ଜନତା ଦଳର ଶାସନରେ ଅଫିସରମାନେ କୋଟି କୋଟି ଟଙ୍କାର ଭ୍ରଷ୍ଟାଚାର କରୁଛନ୍ତି । ସୁଭଦ୍ରା ଯୋଜନା ଭାଜପା ଏଠାରେ ଆଣିବ ଓ ଏହା ଦ୍ୱାରା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ । ରତ୍ନ ଭଣ୍ଡାରର ହଜି ଯାଇଥିବା ଚାବି ଫେରି ପାଇବା ପାଇଁ ଜନତା ୨୦ , ୨୫ ମଇ ଓ ୧ ଜୁନ୍ ରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବେ । ଶ୍ରୀ ଜଗତ ପ୍ରକାଶ ନଡ୍ଡା ଉପସ୍ଥିତ ଜନ ସମୁଦ୍ରଙ୍କୁ ସ୍ଥାନୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ପ୍ରଚଣ୍ଡ ବହୁମତରେ ବିଜୟୀ କରି ଦେଶରେ ମୋଦୀ ସରକାର ଏବଂ ରାଜ୍ୟରେ ଭାଜପା ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here