ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ ପାଠଚକ୍ର।

0
19

ବୁଗୁଡା, ୧୪/୮/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷର ପ୍ରଥମ ପାଠଚକ୍ର ଅଗଷ୍ଟ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପାଠଚକ୍ରର ଆଲୋଚନାର ବିଷୟବସ୍ତୁ ଥିଲା ” ରାଜନୈତିକ ଦଳ ଓ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ: ଏହାର ବିଭିନ୍ନ ଧାରା, ଆହ୍ୱାନ ଓ ସମ୍ଭାବନା”। କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପାଠଚକ୍ରରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇଥିଲେ। ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିନୋଦ କୁମାର କର ପାଠଚକ୍ରର ବିଷୟ ନେଇ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ଶିବାନୀ ରାଉତ ଓ ଛାତ୍ର ଶିବରାମ ଗୌଡ଼ ସନ୍ଦର୍ଭ ପଠନ କରିଥିଲେ। ସନ୍ଦର୍ଭ ପଠନ ପରେ ମୁଖ୍ୟ ଅତିଥି ପ୍ରଫେସର ଶ୍ରୀ ଚୌଧୁରୀ ପାଠଚକ୍ରର ବିଭିନ୍ନ ଦିବ ବିଷୟରେ ଆଲୋକପାତ କରିଥିଲେ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କୁ ବିଭାଗ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଲୋକନାଥ ବେହେରା ମାନପତ୍ର ପଠନ କରିଥିଲେ। ଏହି ପାଠଚକ୍ର କାର୍ଯ୍ୟକ୍ରମ ରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here