ଦେଶର ସ୍ବାଧୀନତା କ୍ଷେତ୍ରରେ କଳାକାର ମାନଙ୍କ ଯୋଗଦାନ ଅତୀବ ମହତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

0
19

ବ୍ରହ୍ମପୁର,୧୬/୦୮/୨୦୨୪ :କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ଦେଶର ୭୮ତମ ସ୍ବାଧୀନତା ଦିବସ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘ କାର୍ଯ୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ। ପରେ ପରେ ଶ୍ରୀ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ବରିଷ୍ଠ ଶିକ୍ଷାବିତ୍ ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନାଟ୍ୟସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ଯ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ, କିନ୍ନର ସଂଘ ରାଜ୍ୟ ସଭାପତି ସୁଇଟୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦେଶର ସ୍ବାଧୀନତା କ୍ଷେତ୍ରରେ କଳାକାର ମାନଙ୍କ ଯୋଗଦାନ ଅତୀବ ମହତ୍ବପୂର୍ଣ୍ଣ ଥିଲା ବୋଲି ମତବ୍ଯକ୍ତ କରିଥିଲେ। ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବଶ୍ରୀ ପାଣ୍ଡବ ପ୍ରଧାନ, ବଳଦେବ ସାହୁ, ମହେନ୍ଦ୍ର କୁମାର ସାହୁ, କୁନୁ ବେହେରା, ଚିତ୍ତ ରଞ୍ଜନ ଦଳାଇ, ପ୍ରଦୀପ କୁମାର ସାହୁ, ଗୁରୁ ପ୍ରସାଦ ଦିକ୍ଷୀତ, ଗୋପାଳ ବେହେରା, ପ୍ରମୋଦ ରାଉଳ, ଦିଲ୍ଲୀପ ଜେନା, ମ୍ରୁତ୍ୟୁଞ୍ଜୟ ତ୍ରିପାଠୀ, ଭଗବାନ ନାୟକ, ଶେଖର ସ୍ବାମୀ, ସୁରେନ୍ଦ୍ର ପ୍ରଧାନ, ଚନ୍ଦ୍ରଭାନୁ ନାୟକ, ମଳୟ ଜେନା, ନବୀନ ହୋତା, ହରିଶ୍ଚନ୍ଦ୍ର ବରଡ, ହିମାଂଶୁ ଶେଖର ବେହେରା, ଛବିରାଣୀ ମହାନ୍ତି, ଗୀତା ସ୍ବାଇଁ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରି ନିଜ ନିଜର ଦେଶାତ୍ମବୋଧ ବକ୍ତବ୍ଯ ପ୍ରଦାନ କରିଥିଲେ। ପରିଶେଷରେ ଅଭିରାମ ରାଉଳ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here