ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଯୋଗେଶ ବାହାଦୂର ଖୁରାନିଆ ପୁରୀ ଗସ୍ତ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଲେ

0
131

କଟକ,୧୭/୦୮/୨୦୨୪:ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ଯ ସମୀକ୍ଷା କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଡିଜିପି ଶ୍ରୀଖୁରାନିଆ ସୂଚନା ଦେଇଛନ୍ତି ।ଶୁକ୍ରବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ଵ ନେବା ପରେ ଡିଜିପି ଶ୍ରୀ ଖୁରାନିଆ ଆଜି ପୁରୀ ଗସ୍ତରେ ଯାଇଥିଲେ । ସେଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା, ଜନଗହଳି ନିୟନ୍ତ୍ରଣ, ଦେଶବିଦେଶରୁ ଆସୁଥ‌ିବା ଭକ୍ତଙ୍କୁ ଉତ୍ତମ ବ୍ୟବହାର, ଶୃଙ୍ଖଳିତ ଦର୍ଶନ ଆଦି ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ପରେ ସେ ସିଂହଦ୍ଵାର ଥାନା ପରିଦର୍ଶନ କରି ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହାସହ ପୁରୀ ଜିଲ୍ଲାରେ ଅବସ୍ଥାପିତ ଥ‌ିବା ମେରାଇନ ଥାନା, ଅପରାଧ କାର୍ଯ୍ୟକଳାପ ଏବଂ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ପୋଲିସ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଡିଜିପି ଶ୍ରୀ ଖୁରାନିଆଙ୍କ ଗସ୍ତ ସମୟରେ ପୁରୀ ଏସପି ଶ୍ରୀ ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here