ପୋଲସରା,୦୩/୭/୨୬ : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୦୩/୭/୨୬ ତାରିଖ ଦିନ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଗ୍ରାମର ଜନସାଧାରଣଙ୍କୁ ବୃକ୍ଷ ରୋପଣର ଉପକାରିତା ବିଷୟରେ ସଚେତନତା କରାଇଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ସୁଶାନ୍ତ କୁମାର ସାହୁ , ବରେଣ୍ୟ ଅତିଥିଭାବେ ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ମୁରଲୀଧର ନନ୍ଦ, ଏବଂ ସମ୍ମାନିତ ଅତିଥି ଭାବେ ବନପାଳ ସୁବୋଧ ବେହେରା ଓ ମୁନା ଦାସ ଯୋଗଦେଇ ବନରକ୍ଷୀ ଓ ବନ ବିଭାଗ କର୍ମଚାରୀ ବୃନ୍ଦ, ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଏବଂ ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ଗହଣରେ ଚରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନିରାନନ୍ଦ ସାହୁ , ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ରମେଶ ଚନ୍ଦ୍ର ସ୍ବାଇଁ , ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ, ଓ ସୂର୍ଯ୍ୟମଣି ସାହୁ, ଓ ସମିର କୁମାର ଦଳାଇ, ଶିକ୍ଷୟିତ୍ରୀ ସବିତା ରାଉତ, ସୁନିତା କୁମାରୀ ବଡ଼ଜେନା, ସୁଚିସ୍ମିତା ପାତ୍ର, ଓ ଜ୍ୟୋତିର୍ମୟୀ ସାହୁ ଏବଂ କର୍ମଚାରୀ ଦୀପକ ପ୍ରଧାନ, କିରଣ କୁମାର ପୋଲାଇ ଓ ସ୍ବରାଜ ନାୟକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।





