ପୋଲସରା ଡି.ଏମ୍.ପି. ସ୍କୁଲ ପକ୍ଷରୁ ୭୭ତମ ବନ ମହୋତ୍ସବ

0
3

ପୋଲସରା ୧୮/୭/ ୨୦୨୬:- ପୋଲସରା ଦାଶରଥିନଗର ସ୍ଥିତ ଦୀପକ୍ ମେମୋରିଆଲ ପବ୍ଲିକ ସ୍କୁଲ ପକ୍ଷରୁ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୋଲସରା ବନପାଳ ମୁନା ଦାସ ଓ ବନ ରକ୍ଷୀ କାର୍ତ୍ତିକ ସାହୁ,ବିଦ୍ୟାଳୟର ପରିଚାଳନା କମିଟି ମୁଖ୍ୟ ଭବାନୀ ଶଙ୍କର ରଥ ଓ ପୌର ପରିଷଦ କ୍ଷେତ୍ର ପରିଦର୍ଶକ ଭଗବାନ ପ୍ରଧାନ ଯୋଗଦେଇ ବନ ମହୋତ୍ସବ ପାଳନ ଆବଶ୍ୟକତା ଓ ଏବଂ ଗୁରୁତ୍ୱ ଉପରେ ସୁଚିନ୍ତିତ ମତ ପ୍ରକାଶ କରି ସମସ୍ତେ ଅନ୍ତତଃ ଗୋଟାଏ ଲେଖାଏଁ ଵୃକ୍ଷ ରୋପଣ କରିବା ଅନ୍ଯମାନଙ୍କୁ ପ୍ରବର୍ତ୍ତାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବନପାଳ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାମୁହିକ ଭାବେ ସଚେତନ ଶପଥ ପାଠ କରାଯିବା ପରେ “ଏକ ପେଡ୍ ମା କେ ନାମ୍- ୦୩” କୁ ସଫଳ କରିବା ପାଇଁ ସ୍ଥାନିୟ ଲୁଣିଘାଟି ଗୋପୀନାଥପୁର ଶାସନ ସ୍ଥିତ ମହାଦେବଙ୍କ ମନ୍ଦିର ପରିସରରେ ବିଭିନ୍ନ କିସମର ଚାରାରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା।ଏଥିରେ ଉପସ୍ଥିତ ବନ ବିଭାଗର ଅତିଥିମାନଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଗଣ ସାମିଲ ହୋଇଥିଲେ। ଶେଷରେ ସଚେତନ ସ୍ଳୋଗାନ ପରେ କାର୍ଯ୍ଯକ୍ରମ ସମାପ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here