ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ

0
77

ବୁଗୁଡା, ୨/୩/୨୫ : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମାର୍ଚ୍ଚ ମାସ ବୈଠକ ପ୍ରଥମ ରବିବାର, ମାର୍ଚ୍ଚ ୨ ତାରିଖ ଦିନ ଭଞ୍ଜନଗର ବନ ବିଭାଗ ଡାକ ବଙ୍ଗଳାରେ ସ୍ଥାୟୀ ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରବିନାରାୟଣ ସାମନ୍ତ ଗତ ବୈଠକର ବିବରଣୀ ପାଠ କରିବା ପରେ ଗୃହୀତ ହୋଇଥିଲା। ସଭାପତି ଖବର କାଗଜରେ ଗତ ମାସ ୧୨ ତାରିଖରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ସମାଧାନ ଉପରେ ପ୍ରକାଶ ପାଇଥିବା ଲେଖା ପଢି ଶୁଣାଇବା ସାଙ୍ଗକୁ ତର୍ଜମା କରିଥିଲେ। କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତିଆଡ଼ି ସଭାପତିଙ୍କୁ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଗ୍ରୀଷ୍ମକୁ ଆଖି ଆଗରେ ରଖି ପରବର୍ତ୍ତି ବୈଠକ ଗୁଡ଼ିକ ସକାଳ ନ’ଘଟିକାରୁ ଏଗାର ଘଟିକା ପର୍ଯ୍ୟନ୍ତ କରିବାକୁ ସ୍ଥିର କରାଗଲା। ଅପ୍ରେଲ ମାସର ବୈଠକ ଛଅ ତାରିଖ ପରିବର୍ତ୍ତେ ଅପ୍ରେଲ ଏକ ତାରିଖ ଉତ୍କଳ ଦିବସରେ କରାଯିବା ପାଇଁ ଠିକ କରାଗଲା। ବର୍ଷା ଦିନ ପୂର୍ବରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରି ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବାକୁ ସ୍ଥିର ହେଲା। ସହସମ୍ପାଦକ ପିତାମ୍ବର ପରିଡାଙ୍କ ପ୍ରସ୍ତାବ କ୍ରମେ ଘୁମୁସର ଅଂଚଳର ନଗଦ ସମସ୍ୟା ଉପରେ ମଞ୍ଚ ତରଫରୁ ବିଭିନ୍ନ ନିର୍ଧାରଣ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର ହେଲା। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭଲ ଚିକିତ୍ସକ ଅଭାବରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ସାଥୀ ପିତାମ୍ବର ପରିଡା ଧନ୍ୟବାଦ ଦେବାପରେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ I

LEAVE A REPLY

Please enter your comment!
Please enter your name here