ଜଳଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଇନ ମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

0
16

ବ୍ରହ୍ମପୁର, ୦୮/୦୩/୨୦୨୫:ଜନସ୍ୱାସ୍ଥ୍ୟ ବିଭାଗ ବା ଓ୍ବାଟକୋ ଅଧିନ ରେ କାର୍ଯ୍ୟ ରତ କର୍ମଚାରୀଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଆଇନ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ମନ୍ତ୍ରୀ ଙ୍କ ବ୍ରହ୍ମପୁର ଗସ୍ତ ସମୟରେ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ ଭେଟି ଏ ସମ୍ପର୍କରେ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଛନ୍ତି I ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ବା ଓ୍ବାଟକୋ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ
ସମସ୍ୟାର ଆଶୁ ସମାଧାନ ନିମନ୍ତେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ଜଳଯୋଗାଣ ପରି ଏକ ଗୁରୁତ୍ଵପୂର୍ଣ୍ଣ ଓ ଅତ୍ୟାବଶ୍ୟକ ସଂସ୍ଥାରେ ୨୪x୭ ଜଳଯୋଗାଣ ରେ ନିୟୋଜିତ କର୍ମଚାରୀଙ୍କ ମୌଳିକ ତଥା ନ୍ୟାର୍ଯ୍ୟ ଦାବୀ ର ଆଶୁ ସମାଧାନ ପାଇଁ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ। ବିଭିନ୍ନ ଦାବି ମଧ୍ୟରେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା,ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚୁକ୍ତିଭିତ୍ତିକ/ ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟ
ଦକ୍ଷତାକୁ ନେଇ ଅଣକୁଶଳୀ, ଅର୍ଦ୍ଧକୁଶଳୀ, ଅତିକୁଶଳୀ ଓ କୁଶଳୀ ରୂପେ ଚିହ୍ନଟ କରାଯିବା,ଆଉଟସୋର୍ସିଂ କର୍ମଚାରୀଙ୍କୁ ଗ୍ରେଡେସନ୍ ତାଲିକା ଅନ୍ତର୍ଭୁକ୍ତ କରାଯିବା ନେଇ ସ୍ମାରକପତ୍ର ଉଲ୍ଲେଖ କରିଛନ୍ତି ।ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଖଣ୍ଡ ସଂପାଦକ ପ୍ରଦୀପ କୁମାର ସିଂ,ଜିଲ୍ଲା ସଂପାଦକ ପଦ୍ମ ଚରଣ ପାଢ଼ୀ,ସୁମନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here