ପୋଲସରା ୨୨/୦୫/୨୫ : ପୋଲସରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୋଲସରା ସାଇନ୍ସ କଲେଜ)ର ଛାତ୍ର ସାଗର ହୋତା ମୋଟ ୫୨୨ ମାର୍କ ରଖି +୨ ବିଜ୍ଞାନ ବିଭାଗରେ ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଥିବା ବେଳେ ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବନ୍ଦନା ପାଣି ମୋଟ ୫୩୬ ମାର୍କ ରଖି +୨ କଳା ବିଭାଗରେ ବ୍ଲକ ଟପ୍ପର ହୋଇ ସୁନାମ ଅର୍ଜନ କରିଛନ୍ତି। ସେହିପରି ପୋଲସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସୋମେଶ ସାହୁ ୫୨୦ ମାର୍କ ରଖି +୨ ବିଜ୍ଞାନ ବିଭାଗରେ ଦ୍ବିତୀୟ ଓ ଚିରିକିପଡା ଶାସନ ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ରାମେଶ୍ବର ସାହୁ ୫୧୭ ମାର୍କ ରଖି +୨ ବିଜ୍ଞାନ ରେ ତୃତୀୟ ସ୍ଥାନ ରଖି ଗୌରବ ଆଣିପାରିଛନ୍ତି। ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷାରେ ୬୯ ଜଣ ପ୍ରଥମ ଶ୍ରେଣୀରେ , ୬୧ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୨୧୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ ପକ୍ଷରୁ ଜଣାପଡିଛି।