ଉତ୍କଳ ଦିବସ ପାଳନ ସହ ଆଇଆରପିଏମ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଓ ପାଠଚକ୍ର

0
43

ବୁଗୁଡା, ୦୧/୪/୨୬ : ବୁଗୁଡା ପିପୁଲସ କଲେଜ ପକ୍ଷରୁ ଏପ୍ରିଲ ୦୧ ତାରିଖ ଦିନ ଉତ୍କଳ ଦିବସ ପାଳନ ହେବା ସହ ଆଇଆରପିଏମ ବିଭାଗ ପକ୍ଷରୁ ଅଧ୍ୟାପିକା ଚିନ୍ମୟୀ ପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅନୁଷ୍ଠିତ ଉତ୍କଳ ଦିବସ ଓ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର ମହାପୁରୁଷମାନଙ୍କ ସଂଗ୍ରାମ ଯୋଗୁଁ ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଭାବେ ୧୯୩୬ ଏପ୍ରିଲ ୦୧ ତାରିଖ ଦିନ ଓଡିଶା ଗଠନ ହୋଇଥିଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଆଇଆରପିଏମ ବିଭାଗର ଅଧ୍ୟାପିକା ଚିନ୍ମୟୀ ପାତ୍ରଙ୍କୁ ଅନ୍ୟସ୍ଥାନରେ ନିଯୁକ୍ତି ମିଳିବା ପରେ ଅଧ୍ୟାପିକା ପଦବୀରୁ ଇସ୍ତଫା ଦେଇଥିବା ଯୋଗୁ ତାଙ୍କୁ ଆଇଆରପିଏମ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଓ ଛାତ୍ରଛାତ୍ରୀମାନେ ଉପହାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ଆଇକିୟୁଏସି ସଂଯୋଜକ ସୁଶାନ୍ତ କୁମାର ସାହୁ ଓ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ ଆଇଆରପିଏମ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପାଠଚକ୍ରରେ କଲେଜର ଭାଇସ ପ୍ରିନ୍ସପାଲ ଅଧ୍ୟକ୍ଷତା କରିଥିବା ବେଳେ ଆଇକିୟୁଏସି ସଂଯୋଜକ ସୁଶାନ୍ତ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ସେମିନାରର ଆଲୋଚ୍ୟ ବିଷୟ ” ଭାରତରେ ଶ୍ରମ ସମସ୍ୟା ” ସନ୍ଦର୍ଭକୁ +୩ ତୃତୀୟ ବର୍ଷ ଛାତ୍ରୀ ମନୀଷା ଗୌଡ଼ ଓ ପୂଜାରାଣୀ ପ୍ରଧାନ ପାଠ କରିଥିଲେ। ଏହି ବିଷୟ ନେଇ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଭାଗର ତୃତୀୟ ବର୍ଷ ଛାତ୍ରୀ ପି.ସୁନୀ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here