ପୋଲସରା, ୨୨/୪/୨୬ ପୋଲସରାରେ ଚଳିତ ବର୍ଷ ହେବାକୁ ଥିବା ପଞ୍ଚବାର୍ଷିକୀ ଶ୍ରୀଶ୍ରୀ ଗୌରୀଆମ୍ମା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଭାପତି ଡଃ ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରତନୀ ଠାକୁରାଣୀଙ୍କ ମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ସଭାପତି ରଘୁନାଥ ସାହୁ, ପ୍ରତାପ ପତି, ଦୁର୍ଯ୍ୟୋଧନ ସାହୁ, କାମରାଜୁ ପାତ୍ର, ପ୍ରଦୀପ ଚନ୍ଦ୍ର ସାହୁ, ସୁଦାମ ସାହୁ ମହେଶ୍ଵର ଜେନା ଓ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ସଭ୍ୟବୃନ୍ଦ ଯୋଗଦେଇଥିବା ବେଳେ ଦେଗାଙ୍ଗୁଳୁ ସଂପ୍ରଦାୟର ସେନାପତି ଆର୍. ବାବୁ ଦଳବେହେରା ଏବଂ ସଭାପତି ଏନ୍. ଭାସ୍କର ରାଓ ଉପସ୍ଥିତ ଥିଲେ ।ଏହି ଅବସରରେ ଆସନ୍ତା କାର୍ତ୍ତିକ ମାସ ୨୮-୧୦-୨୬ ତାରିଖ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାର୍ଗଶୀର ମାସ ୨୯-୧୧-୨୬ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପାରମ୍ପରିକ ଯାତ୍ରାର ବିଭିନ୍ନ ଦିଗ ଏବଂ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଶେଷରେ ସମ୍ପାଦକ ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।





