ପଶୁ ପକ୍ଷୀ ଙ୍କ ତୃଷ୍ଣା ନିବାରଣ ପାଇଁ ମହିଳା ସରପଞ୍ଚଙ୍କ କାର୍ଯ୍ୟକ୍ରମ।

0
2

ବୁଗୁଡା, ୦୪/୫/୨୬ : ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ପଶୁପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବା ଆଗଭର ହୋଇଛନ୍ତି ପ୍ରକୃତିପ୍ରେମୀ ତଥା ଏ.କରଡାବାଡି ସରପଞ୍ଚ ରିଙ୍କି ଦାସ। ନଜର ତୃଷ୍ଣା ମେଣ୍ଟାଇବା ପାଇଁ କଥା କହିପାରୁନଥିବା ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ସିମେଣ୍ଟ କୁଣ୍ଡରେ ପାଣି ରଖିବା ସହ ବିଭିନ୍ନ ଗଛରେ ଜିଆଇ ତାରରେ ସିମେଣ୍ଟ କୁଣ୍ଡକୁ ଝୁଲାବନ୍ଧା କରି ସେଥିରେ ପାଣିରଖି ପକ୍ଷୀମାନଙ୍କ ତୃଷ୍ଣା ନିବାରଣ ପାଇଁ ଉଦ୍ୟମ କରାଯାଇଛି। ସରପଞ୍ଚ ରିଙ୍କି ଦାସଙ୍କ ନେତୃତ୍ୱରେ ଏ.କରଡାବାଡ଼ି ଗ୍ରାମ ପଞ୍ଚାୟତ ଓ ପ୍ରକୃତିପ୍ରେମୀ ନାଗରିକ ବୃନ୍ଦଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କ ପାଇଁ ଜଳ ସେବା କେନ୍ଦ୍ର ଖୋଲାଯାଇ ସେମାନଙ୍କ ତୃଷା ମେଣ୍ଟାଇବାକୁ ଏକ ଅଭିନବ ପ୍ରୟାସ କରାଯାଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଏହି ମହତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here