ବୁଗୁଡା, ୦୪/୫/୨୬ : ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଗୁଡ଼ା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା, ଭଞ୍ଜନଗର ଖାଦ୍ୟ ଯାଞ୍ଚ ପରିଦର୍ଶନ ଶୁଭ ରଞ୍ଜନ ମୁଦୁଲି ଓ ବୁଗୁଡ଼ା ମାର୍କେଟିଙ୍ଗ ମ୍ୟାନେଜର ବିବେକାନନ୍ଦ ମହାନ୍ତିଙ୍କ ମିଳିତ ଉଦ୍ୟମରେ ବୁଗୁଡ଼ା ସହର ସ୍ଥିତ ବିଭିନ୍ନ ହୋଟେଲ ଗୁଡିକର ଖାଦ୍ୟର ମାନ ଯାଞ୍ଚ ହେବା ସହିତ ସମସ୍ତ ପାଣି ଫ୍ୟାକ୍ଟ୍ରି ଯାଞ୍ଚ କରା ଯାଇଥିଲା l ଉକ୍ତ ଯାଞ୍ଚ ସମୟରେ ନିର୍ଦ୍ଧାରିତ ମାନର ଯୋଗ୍ୟତା ପୁରଣ ହେଉନଥିବା ସମସ୍ତ ଖାଦ୍ୟକୁ ନଷ୍ଟ କରାଯାଇଥିଲା। ପାନୀୟ ଜଳର ନିର୍ଦ୍ଧାରିତ ମାନ ପୁରଣ କରୁନଥିବା ଫ୍ୟାକ୍ଟ୍ରି ଗୁଡ଼ିକୁ ବନ୍ଦ କରାଯାଇଥିଲା।





