ପୋଲସରା ୦୭/୦୫/୨୬ : ପୋଲସରା ଥାନା ଅନ୍ତର୍ଗତ ପୋଲସରା ପୌରପାଳିକାର ୫ ନଂ ୱାଡ ବାଲିଘାଇରେ ୨୫-୦୪-୨୬ ତାରିଖ ରାତ୍ର ଆକାଶ ଜେନା ହତ୍ୟାକାଣ୍ଡ ଘଟଣାରେ ପୋଲସରା ପୁଲିସ ଆଉ ୩ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ରାଣୀପଡ଼ା ହରି ଅର୍ଜୁନ ସାହିର ତପୁ ଜେନା, ପୋଲସରା ଥାନା ଲୁଣିଘାଟି ର ଶୁଭମ ଭୂୟାଁ ଓ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପୋଲସରା ବ୍ଲକ କୁଆନନ୍ଦ ଗ୍ରାମର ରାହୁଲ ବେହେରା । ସମସ୍ତ ୩ ଅଭିଯୁକ୍ତ ଭୁବନେଶ୍ୱର ରେ ଆତ୍ମଗୋପନ କରିଥିବା ପୁଲିସ ସୂଚନା ପାଇ ଚଢ଼ାଉ କରି ଗିରଫ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ୨ ଟି ଖଣ୍ଡା, ଗୋଟିଏ ଲୁହା ରଡ଼, ଓଡି ୦୭ ବିବି ୭୬୪୩ ଏବଂ ଓଡି ୦୭ ଏଡବଲଭି ୭୯୪୮ ରେଜିଷ୍ଟ୍ରେସନ ନମ୍ବରର ୨ ଟି ବୁଲେଟ ଗାଡି ଏବଂ ୩ଟି ମୋବାଇଲ ଫୋନ ଜବତ କରିଛି। ଆକାଶ ଜେନା ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଗିରଫ ସଂଖ୍ୟା ଆହୁରି ବଢିବା ସହ ପୁରା ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।





