ମୋଭୋଲୋଜୀ ଡ୍ୟାନ୍ସ୍ ଏକାଡ଼େମୀ ର ନୃତ୍ୟ ପ୍ରତିଯୋଗିତା।

0
23

ବ୍ରହ୍ମପୁର୍ ୨୬/୦୫ ଗଞ୍ଜାମ କଳା ପରିଷଦରେ ମୋଭୋଲୋଜୀ ଡ୍ୟାନ୍ସ ଏଣ୍ଡ ଏକ୍ଟିଙ୍ଗ ଏକାଡେମୀ ତରଫରୁ ଡି.ଷ୍ଟାର୍ସ ଚମ୍ପିଆନ୍‌ସିପ୍‌ ସିଜନ-୨୦୨୬ ନାମରେ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଗୁରୁ ସମୀର ଓ ଚିନୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ସମାଜସେବୀ ଅଜିତ କୁମାର ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଖ୍ୟାତନାମା ନୃତ୍ୟଶିଳ୍ପୀ କ୍ରୀଷ୍ଣା ରେଡୀ, ମଞ୍ଜିତ୍ ହୋତା, ସାଧନା ପାଢ଼ୀ, ନୃତ୍ୟଗୁରୁ ଆପନା ମହାରଣା ଓ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ମୋଭୋଲୋଜୀର ବହୁ କର୍ମକର୍ତା ସହଯୋଗ କରିଥିବାବେଳେ ଗୁଲାମ ରସୁଲ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here