Home ବ୍ରହ୍ମପୁର ସ୍ପେଶାଳ ବନ ମହୋତ୍ସବ ଲାଗି ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଵୃକ୍ଷ ରୋପଣ ସହ ପରିବେଶର ସୁରକ୍ଷା...

ବନ ମହୋତ୍ସବ ଲାଗି ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଵୃକ୍ଷ ରୋପଣ ସହ ପରିବେଶର ସୁରକ୍ଷା ନେଇ ସଚେତନତା

0
6

ବ୍ରହ୍ମପୁର, ୦୮ /୦୭ : ଜୁଲାଇ ୧ ରୁ ୭ ତାରିଖ ଯାଏଁ ବନ ମହୋତ୍ସବ ପାଳନ ପରିପେକ୍ଷୀରେ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ , ଗାଇଡ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ।ଛାତ୍ରଛାତ୍ରୀ ମାନେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିବା ସହ ପରିବେଶର ସୁରକ୍ଷା ନେଇ ରାଲୀ ମାଧ୍ୟମରେ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଏପରି ସାମୂହିକ ଭାବେ ବୃକ୍ଷ ରୋପଣ କରି ଖୁସି ଅନୁଭବ କରିଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇ ଵୃକ୍ଷ ରୋପଣ କାଯ୍ୟକ୍ରମ ର ଶୁଭାରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କୁ ଆଜିର ଯୁଗରେ ବୃକ୍ଷ ରୋପଣ ର ଆବଶ୍ୟକତା ନେଇ ସୂଚନା ଦେଇଥିଲେ । ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବା ଉଚିତ ବୋଲି ସେ କହିବା ସହ ବନ ମହୋତ୍ସବ ପାଳନ ନେଇ ନିଜର ମତ ଉପସ୍ଥାପନ କରିଥିଲେ ।ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ଓ ଶିକ୍ଷକ ଅଭିଳାଶ ଶିକା ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ। ଏପରି ବନ ମହୋତ୍ସବ ପାଳନ ଲାଗି ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା , ଅଧକ୍ଷ କାହୁଁ ଚରଣ ପଣ୍ଡା ଓ ଉପାଧ୍ୟକ୍ଷ ପ୍ରକାଶ ପଲାଇ, ହରବିନ୍ଦର କୌର, ସୌମ୍ୟା ସ୍ୱାଗତିକା ସଭିଙ୍କୁ ସାଧୁବାଦ୍ ଜଣାଇଥିଲେ।ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହ ଯୋଗ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!