ବୁଗୁଡ଼ା, ୦୮/୦୭/୨୬, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି – କୁଞ୍ଜବନ ରାସ୍ତାରେ ଥିବା ଏକ କାଜୁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତ ଦେହକୁ ବୁଗୁଡ଼ା ପୋଲିସ ୦୮/୭/୨୬ ଦ୍ୱାରା ଉଦ୍ଧାର କରିଛି। ମୃତକ ଜଣକ ହେଲେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପୋଲିସ ଥାନା ଅନ୍ତର୍ଗତ ବାଣ୍ଠପୁର ଗ୍ରାମର ମୁରଲୀ ପ୍ରଧାନ (୩୨)। ମୃତ ମୁରଲୀ ନିଜ ଗ୍ରାମରୁ ଆସି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡ଼ି କାଜୁ ଜଙ୍ଗଲରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ସକାଳେ ଗ୍ରାମର ଜଣେ ଛେଳି ଚରାଇ ଯାଇଥିବା ଲୋକଙ୍କୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ବୁଗୁଡ଼ା ପୋଲିସକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ସମସ୍ତ ଦିଗକୁ ନେଇ ତଦନ୍ତ କରିବା ସହ ମୃତକଙ୍କ ପକେଟରୁ ଏକ ମୋବାଇଲ ଫୋନ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ମୃତ ଯୁବକଙ୍କ ପରିବାର ଲୋକେ ଆସି ପହଞ୍ଚିବା ପରେ ମୁରଲୀଙ୍କ ମର ଶରୀର କାଜୁ ଗଛରୁ ଉଦ୍ଧାର କରିଥିଲେ। ଏନେଇ ବୁଗୁଡ଼ା ଥାନାରେ ୨୪/୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଜଣା ପଡିବ ବୋଲି ବୁଗୁଡ଼ା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି।



