ବ୍ରହ୍ମପୁର, ୨୨/୦୭/୨୦୨୬ ଚଳିତ ବର୍ଷର ନିଟ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ୬୧୨ ଅଙ୍କ ରଖି ସର୍ବଭାରତୀୟ ସ୍ତରରେ ୬୭୨୬ ରାଙ୍କ ହାସଲ କରି ନିମଖଣ୍ଡି ଗ୍ରାମ ପଂଚାୟତର ଛାତ୍ର ସ୍ୱସ୍ତିକ କୁମାର ଦାସ ଗୌରବ ଅର୍ଜନ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ର ଭାବେ ନିଜ ଅଞ୍ଚଳ ରେ ଖ୍ୟାତି ଅର୍ଜନ କରିଛନ୍ତି। ପିଲାଟି ବେଳୁ ତୃତୀୟ ଓ ପଞ୍ଚମ ରେ ସରକାରୀ ବୃତ୍ତି , ଷଷ୍ଠରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ଅଷ୍ଟମରେ ଏନ୍ଆର୍ଟିଏସ୍ ଏବଂ ଦଶମ ଶ୍ରେଣୀରେ ୯୭.୩୩ ପ୍ରତିଶତ ନମ୍ବର ରଖି ରାଜ୍ୟ ସ୍ତରରେ ପଞ୍ଚମ ସ୍ଥାନ ଏବଂ ଯୁକ୍ତ ଦୁଇ ବିଜ୍ଞାନରେ ୯୪ ପ୍ରତିଶତ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଡାକ୍ତରୀ ପାଠ ପଢ଼ିବା ପାଇଁ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ତାଙ୍କ ପିତା ଶିକ୍ଷକ ସଂଜୀବ କୁମାର ଦାସ ଓ ମାତା ଗୃହିଣୀ ଦିପ୍ତିମୟୀ ଦାସ ତାଙ୍କୁ ପ୍ରତି କ୍ଷେତ୍ରରେ ଉତ୍ସାହିତ କରୁଥିଲେ । ଏପରି ସଫଳତା ପାଇଁ ସେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ରହିଥିବା କହିଛନ୍ତି । ଭବଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ଲୋକଙ୍କ ସେବା କରିବାର ତାଙ୍କର ଲକ୍ଷ୍ୟ ରହିଛି ।





