ସାପ କାମୁଡ଼ା ପ୍ରତିରୋଧକ ଓ ସଚେତନତା ତାଲିମ ଶିବିର

0
4

ବୁଗୁଡ଼ା, ୧୮/୭/୨୬ : ବର୍ଷା ଋତୁ ଆରମ୍ଭ ହେବା ସହିତ ବୁଗୁଡ଼ା ପୋଲିସ ଥାନା ଅଞ୍ଚଳରେ ସାପ କାମୁଡ଼ା ଜନିତ ଅନେକ ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି। ପ୍ରତିରୋଧକ ଓ ସଚେତନତା ସୃଷ୍ଟି ପାଇଁ ବୁଗୁଡ଼ା ପିଏସ୍‌ ଅନ୍ତର୍ଗତ ବାଲିପଦର ଫାଣ୍ଡିରେ ସାପ କାମୁଡ଼ା ନିବାରଣ ଓ ପରିଚାଳନା ଉପରେ ଏକ ସଚେତନତା ତାଲିମ ଶିବିର ୧୮/୭/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିରରେ ପ୍ରାୟ ୫୦ ଜଣ ସ୍ଥାନୀୟ ମହିଳା ଓ ପୁରୁଷ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ସାପ କାମୁଡ଼ା ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା, ସାପ କାମୁଡ଼ା ଘଟଣା ପୂର୍ବରୁ ଓ ପରେ ସଠିକ୍ କାର୍ଯ୍ୟପନ୍ଥା ଗ୍ରହଣ ବିଷୟରେ ସଚେତନ କରାଯାଇଥିଲା। ସାପ କାମୁଡ଼ିଲେ ରୋଗୀକୁ ଝଡ଼ାଫୁଙ୍କା ରୁ ନିବୃତ୍ତ ରହି ସଙ୍ଗେ ସଙ୍ଗେ ଡାକ୍ତରୀ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମର ଅନ୍ୟ ସମସ୍ତଙ୍କୁ ମଧ୍ୟ ସଚେତନତା କରିବାକୁ ତାଲିମରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। କାର୍ଯ୍ୟକ୍ରମରେ ବୁଗୁଡ଼ାର ମେଡିକାଲ ଅଫିସର ପଦାରବିନ୍ଦ ଷଡ଼ଙ୍ଗୀ, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ଭଞ୍ଜନଗରର ଏସଡିପିଓ ଡାକ୍ଟର ଦୀପକ କୁମାର ମିଶ୍ର, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବାଲିପଦରା ଫାଣ୍ଡି ଓଆଇସି କେ ନୀଳାଦ୍ରି ରେଡ୍ଡୀ, ସ୍ଥାନୀୟ ରାଜସ୍ୱ ପର୍ଯ୍ୟବେକ୍ଷକ ଏବଂ ସ୍ନେକ୍ ହେଲ୍ପଲାଇନ୍ ଦଳର ସଦସ୍ୟମାନେ ଉପସ୍ଥିତ ରହି ମୂଲ୍ୟବାନ ସୂଚନା ଓ ବ୍ୟବହାରିକ ମାର୍ଗଦର୍ଶନ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇଥିଲା।

LEAVE A REPLY

Please enter your comment!
Please enter your name here