ମହାମାୟୀ କଲେଜରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ

0
2

ବ୍ରହ୍ମପୁର, ୨୯-୭-୨୦୨୬: ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମ, ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ମିନାକ୍ଷୀ ନଗର ପରିସର ରେ + ୩ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ରଙ୍କ ଅନୁମତି କ୍ରମେ ସଂପାଦିତ ଏହି କାର୍ଯ୍ୟକ୍ରମରେ ଆଡଭୋକେଟ୍ ଶ୍ରୀମତୀ ଅଞ୍ଜଳି ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନାରୀ ସଶକ୍ତିକରଣ ବିଷୟ ଉପରେ ଆଲୋକପାତ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ ଏବଂ ପଲ୍ଲବୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ମମତା କୁମାରୀ ପାଢ଼ୀ, ଡ.ଅଳକା ରାଣୀ ଦାସ, ଡ. ସୁଜାତା ପଣ୍ଡିତ, ସରସ୍ଵତୀ ତ୍ରିପାଠୀ ପ୍ରମୁଖ ନାରୀ ସଶକ୍ତିକରଣ ଉପରେ ଛାତ୍ରୀମାନଙ୍କୁ ସଚେତନତା କରିବା ସହ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଶତାଧିକ ଛାତ୍ରୀଙ୍କ ଉପସ୍ଥିତିରେ ଶକ୍ତିଶ୍ରୀ ସାଥି ଛାତ୍ରୀ କୁମକୁମ୍ ମହାନ୍ତି ଅନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here