ଲକ୍‌ ଡାଉନ୍‌ ସମୟରେ ରାସ୍ତାରେ ଶିଶୁକୁ ଜନ୍ମ ଦେବା ପରେ ଭୋକର ଜ୍ୱାଳା ସହି ନପାରି ରାସ୍ତାରେ ଛାଡ଼ି ଚାଲିଗଲା ମା’

0
520

 

ରାଉରକେଲା, ୧୭/୦୫/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା କରୁଣ ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଘରେ ପହଂଚିବାକୁ ପିଲା ଛୁଆଙ୍କୁ ଧରି ଭୋକ ଉପାସରେ କିଏ ଶହ ଶହ କିଲୋମିଟର ଚାଲୁଛି ତ ପୁଣି କାହାର ଚାଲି ଚାଲି ବାଟରେ ଜୀବନ ଚାଲି ଯାଉଛି । ଆଉ କିଏ ଆଖି ପାଉ ନଥିବା ଲମ୍ବା ରାସ୍ତାରେ କୁନି ପୁଅକୁ ଚକାଲଗା ସୁଟକେଶ ଉପରେ ଶୁଆଇଦେଇ ରଶିକୁ ଟାଣି ଟାଣି ଆଗକୁ ବଢୁଛି । ଏହି କ୍ରମରେ ସୁନ୍ଦରଗଡ଼ରୁ ଏକ କରୁଣ ଚିତ୍ର ସମସ୍ତଙ୍କୁ ଚକିତ କରିଛି ।

ଝାଡଖଣ୍ଡରୁ ଛତିଶଗଡ଼ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଜଣେ ମହିଳା ବେଦବ୍ୟାସ ଚିକଟମାଟି ସାନ ନୂଆଗାଁ ବିଜୁ ଏକ୍ସପ୍ରେସୱେ ନିକଟରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଉକ୍ତ ମହିଳା ଶିଶୁକୁ ଜନ୍ମ ଦେବାପରେ ଭୋକର ଜ୍ୱାଳା ସହି ନପାରି ମା’ର ମମତାକୁ ଭୁଲି ଶିଶୁକୁ ରାସ୍ତାରେ ଛାଡି ଚାଲି ଯାଇଛନ୍ତି ।

ଏହାପରେ ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରି ଚାଇଲ୍‌ଡ ହେଲ୍‌ପଲାଇନକୁ ସୂଚନା ଦେଇ ଥିଲେ। ଚାଇଲଡଲାଇନ ଟିମ ଗାଁରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଏହାପରେ ଅଧିକାରୀମାନେ ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁଟିକୁ ବିଶ୍ରା ଚାଇଲଡ ଲାଇନରେ ରଖାଯାଇଛି । ତେବେ ଏକ ତଥା କଥିତ ସଭ୍ୟ ସମାଜରେ ଏକ ମା କେଉଁ ପରିସ୍ଥିତିରେ ନିଜ ଜନ୍ମ କଲା ଶିଶୁପୁତ୍ରକୁ ଏପରି ଛାଡିବା ପାଇଁ ବାଧ୍ୟ ହେଲେ ତାହା ଆଲୋଚନା ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here