ଭରତପୁର କୋଇଲା ଖଣି ଅଘଟଣ : କ୍ଷତିପୂରଣ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0
948

ଅନୁଗୁଳ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବାର ଘୋଷଣା କରାଯାଇଛି । ଆଜି ଦୁଇଜଣଙ୍କ ମୃତଦେହ ଠାବ କରାଯାଇଥିବାବେଳେ ପୂର୍ବରୁ ଜଣଙ୍କର ମୃତଦେହ ମିଳିଥିଲା । ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁଁ ଏହି ଅଘଟଣ ଘଟିଥିଲା । ଏଥିରେ ୧୦ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ। ୨୪ ତାରିଖରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଦୁଇଟି ମୃତଦେହ ମିଳିଛି।

LEAVE A REPLY

Please enter your comment!
Please enter your name here