ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଲେ ପ୍ରତାପ ଦେବ

0
381

ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ବିଜେଡ଼ି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ଦେଇଛନ୍ତି । ବିଜୟ ମହାପାତ୍ର ଅଭିଯୋଗ କରିଥବା ଘେରାବନ୍ଦୀ ଅଭିଯୋଗକୁ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିଛନ୍ତି ପ୍ରତାପ ଦେବ ।  ଘେରାବନ୍ଦୀ ରାଜନୀତି ବିଜୁବାବୁଙ୍କ ଅମଳରୁ ଆରମ୍ଭ ହୋଇଛି । ରାଇରଙ୍ଗପୁର ଉପନିର୍ବାଚନରେ ହୋଇଥିଲା, ବିଜୟ ସେଥିରେ ସେନାପତି ଥିଲେ ।  ଆମେ ସବୁ ଉପନିର୍ବାଚନରେ ଏମିତି ମିଶି କରି ଲଢିଛୁ । ଦୁଇ ପ୍ରାର୍ଥୀଙ୍କ ଭିତରେ ଯେମିତି ଲଢେଇ ହୁଏ, ସେମିତି  ଲଢିଛୁ । ଘେରାବନ୍ଦୀ ଅଭିଯୋଗ ଭୁଲ୍‌, ଆମେ ମୋଟ ୨୧ ବିଧାୟକ, ମନ୍ତ୍ରୀ ଥିଲୁ   ବୋଲି କହିଛନ୍ତି ପ୍ରତାପ ।  ବିଜୟଙ୍କ ‘କିଲ୍‌ ବିଜୟ’ ଉକ୍ତି ଗଣମାଧ୍ୟମର ମନଗଢା କାହାଣୀ ବୋଲି କହିଛନ୍ତି ପ୍ରତାପ । ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବାର ଏକମାତ୍ର କ୍ଷମତା ଭୋଟରଙ୍କର ରହିଛି  । ପାଟକୁରା ନିର୍ବାଚନରେ ପରାଜୟ ବରଣ ପରେ ବିଜୟ ମହାପାତ୍ର ନବୀନଙ୍କୁ ଟାର୍ଗେଟ୍‌ କରି ‘କିଲ୍‌ ବିଜୟ’ ସଫଳ ହୋଇଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here