ପ୍ରବାସୀ ଓଡ଼ିଆ ସମାଜର ଜାଗୃତି ସମାରୋହ

0
211

 

ବୁଗୁଡା,୧୮/୦୮/୨୦୨୦: ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ପକ୍ଷରୁ ଓଡ଼ିଆ ସମାଜ ଜାଗୃତିକରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ଭାଇମାନଙ୍କ ସୁରକ୍ଷା ଓ ଏକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ଫ୍ୟାକ୍ଟେରିରେ ଓଡ଼ିଆ ଭାଇମାନେ କାମକରୁଥିବା ବେଳେ ମାଲକମାନ ଓଡ଼ିଆ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନଥିବା ବେଳେ ସମସ୍ତେ ଏକଜୁଟ ହୋଇ ଏହାର ମୁକାବିଲା କରିବାକୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ଏହି ସମାରୋହରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆଧାରିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଟ୍ରଷ୍ଟର ମହିଳା ମଣ୍ଡଳୀ ପକ୍ଷରୁ ପରିବେଷିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ଗୋବିନ୍ଦ ପାତ୍ର, ପ୍ରଦୀପ ସାହୁ, ବିରଞ୍ଚି ବିଶ୍ୱାଳ, ମନୋରଞ୍ଜନ ବାରିକ, ଭାଗିରଥି ବେହେରା, ଗୋପୀନାଥ ଲେଙ୍କା, ଶ୍ରୀକାନ୍ତ ବିଜୟ କହଁର, ସୂର୍ଯ୍ୟ ନାରାୟଣ ବେହେରା, ଜଗନ୍ନାଥ ପାଣିଗ୍ରାହୀ, କରୁଣାକର ଭଞ୍ଜ, ଏ.ରାଜେନ୍ଦ୍ର ପାତ୍ର, ସୀମାଞ୍ଚଳ ପାଢ଼ୀ, ନୀଳାଞ୍ଚଳ ଦଳେଇ, କାର୍ତ୍ତିକ ସ୍ଵାଇଁ, ଜୟରାମ ବିଷୋୟୀ ପ୍ରଭୃତିଙ୍କ ସମେତ ବହୁ ପ୍ରବାସୀ ଓଡ଼ିଆ ଏହି ସମାରୋହରେ ଯୋଗଦେଇଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here