ପାରଳାଖେମୁଣ୍ଡି,୨୦/୦୮/୨୦୨୦(ପ୍ରଭାତ କୁମାର ପାତ୍ର) – ଗମନାଗମନର ସୁବିଧା ନଥିବାରୁ ପହଞ୍ଚି ପାରୁନାହିଁ ସରକାରୀ ଯୋଜନା। ବର୍ଷ ବର୍ଷଧରି କଷ୍ଟରେ ବିତୁଛି ଜୀବନ। ଖରସ୍ରୋତା ନାଳ ଉପରେ ଜୀବନକୁ ପାଣି ଛଡାଇ ଯାତାୟତ କରୁଛନ୍ତି ଏମାନେ।
ଭିଓ୧- ଗଜପତି ଜିଲ୍ଲା ସନ୍ଧିଗାଁ ସମେତ ଆଖପାଖ ତିନୋଟି ଗ୍ରାମର ଶତାଧିକ ପରିବାରର ରହନ୍ତି ଏହି ନାଳ ଆରପାରିରେ। ନାଳ ପାର ହେବାକୁ ନିର୍ମାଣ କରିଛନ୍ତି କାଠପୋଲ। ବିପଦ ସଙ୍କୁଳ ଅବସ୍ଥାରେ ପାର ସୋଇଥାନ୍ତି ଏମାନେ। ନିର୍ମାଣ ହୋଇପାରିନି ସ୍ଥାୟୀ ପୋଲଟିଏ। ବର୍ଷ ତମାମ ଯାତାୟତରେ ବାଧା ସୃଷ୍ଟି ହେଉଥିବାରୁ ନିଜସ୍ଵ ଉଦ୍ୟମରେ ଜଙ୍ଗଲରୁ କାଠ ଆଣି ଅସ୍ଥାୟୀ ପୋଲ ନିର୍ମାଣ କରି ଅତି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରିଥାନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲକୁ ଯିବା ହେଉ ଅବା ବୁଢ଼ାବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ବଣ୍ଟନ ସାମଗ୍ରୀ ଆଣିବା ଏପରିକି ଗର୍ଭବତୀ ମହିଳାଙ୍କ ସହ ସ୍ବାସ୍ଥ୍ୟ ଖରାପ ହେଲେ ଏମାନଙ୍କ ଦୁଃଖ ଦ୍ଵିଗୁଣିତ ହୋଇଯାଏ।
ଭିଓ୨- ସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ପଞ୍ଚାୟତ ସ୍ତରରେ ମଧ୍ୟ ତାଙ୍କୁ ବ୍ୟାପକ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜୀବନ ସାରା ଚାଲି ଚାଲି ଯାତାୟତ ହେଉଥିବା ବେଳେ ଏକମାତ୍ର ସାହାରା ପାଲଟିଛି କାଠପୋଲ। ଏଠି କୈାଣସି ଅଧିକାରୀଙ୍କ ପାଦ ପଡିନଥିବା ବେଳେ କେବେ ଏମାନଙ୍କ ସମସ୍ୟା ଦୂର ହେବ ତାହାକୁ ଅପେକ୍ଷା।