ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କୁ ବିରୋଧ କରି ବ୍ରହ୍ମପୁର ଠାରେ ଥାଳି, ଘଣ୍ଟ ବାଦନ କାର୍ଯ୍ୟକ୍ରମ

0
240

ବ୍ରହ୍ମପୁର, ୨୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଦିଲ୍ଲୀ ଚାଲ କୃଷକ ମହାସଂଗ୍ରାମ ଆଜି ୩୨ ଦିନରେ ପଦାର୍ପଣ କରିଛି ହେଲେ କେନ୍ଦ୍ରର ମୋଦୀ ସରକାର କୃଷକ ଆନ୍ଦୋଳନ ପ୍ରତି ଦାୟୀତ୍ବ ହୀନତାର ପରିଚୟ ଦେଇଛି ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।ଡ଼ ସ୍ୱାମୀ ନାଥନ କୃଷି କମିଶନ ଙ୍କ ସୁପାରିଶ କୁ ଆଧାର କରି ଫସଲର ସର୍ବ ନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରିବା କ୍ଷେତ୍ରରେ ମୋଦୀ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ଯାହାକି କୃଷକ ମାନଙ୍କ ପ୍ରତି ଚରମ ବିଶ୍ୱାସ ଘାତକତା କରିଛନ୍ତି ବୋଲି ନେତୃମଣ୍ଡଳୀ ଦର୍ଶାଇ ଛନ୍ତି।
ଆଜି ୨୭ ଡ଼ିସେମ୍ବର ମୋଦିଜୀ ଙ୍କ ମନ କି ବାତ କୁ ବିରୋଧ କରି ଅଖିଳ ଭାରତ କିଷାନ ସଂଘର୍ଷ ସମିତି ତରଫରୁ ବ୍ରହ୍ମପୁର ସ୍ଥିତ କମାପଲ୍ଲି ଛକ ଠାରେ ଥାଳି ଘଣ୍ଟ ବାଡେଇ ପ୍ରତିବାଦ କରାଯାଇଥିଲା।ତୁରନ୍ତ କୃଷକ ବିରୋଧୀ କୃଷି ଆଇନ ୨୦୨୦ କୁ ପ୍ରତ୍ୟାହାର କରି ନେବାକୁ ଦାବି କରାଯାଇଥିଲା. ଆଜିର ଏ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର ବରିଷ୍ଠ କୃଷକନେତା ରାଜୀବ ଲୋଚନ ପଣ୍ଡା, ପି ହରିକୃଷ୍ଣ ରେଡଡି, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ନାହାକ, ବାବୁଲା ନାୟକ, ଡ଼ି ଦଣ୍ଡପାଣି ରେଡଡି, ପ୍ରଶାନ୍ତ ପଣ୍ଡା, ପ୍ରତାପ କୁମାର ନାୟକ,ପୀତବାସ ପ୍ରଧାନ, ସଚିନ୍ଦ୍ର ନାହାକ, ଲଷ୍ମୀନୃସିଂହ ରଥ, ମଧୁ ସୁଦନ ଦାସ, ପପୁନ ସାହୁ, ପି ପାର୍ବତୀ ଏବଂ ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here