ବ୍ରହ୍ମପୁର,୨୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ବ୍ରହ୍ମପୁର ଡାକ ମଣ୍ଡଳ ପକ୍ଷରୁ ମଣ୍ଡଳ ସ୍ତରୀୟ ଡାକ ଜୀବନ ବୀମା ମହାମେଳା ସ୍ଥାନୀୟ ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ୲ ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀଙ୍କର ପୃଷ୍ଠପୋଷାକତା ଓ ନିର୍ଦ୍ଦେଶ କ୍ରମେ ସହକାରୀ ଡାକ ଅଧୀକ୍ଷକ ବିଜୟ କୁମାର ସାହୁ ଓ କିରଣମାଳା ପଣ୍ଡା ଏଵଂ ଡାକ ନୀରିକ୍ଷକ ଗଙ୍ଗା ନାରାୟଣ ମହାଳିକ ଓ ଦୁଷ୍ମନ୍ତ କୁମାର ଜେନାଙ୍କ ନେତୃତ୍ଵରେ ଶତାଧିକ ଗ୍ରାମୀଣ ଡାକ ସେବକ ଏହି ମହାମେଳାରେ ନିୟୋଜିତ ହୋଈଥିଲେ ୲ ଏହା ସହ ମଣ୍ଡଳ ସ୍ତରୀୟ ମନିଟରିଂ ପାଇଁ ସହକାରୀ ଡାକ ଅଧୀକ୍ଷକ ଚକ୍ରଧର ନାୟକ ଓ ମନୋଜ କୁମାର ବେହେରା ଏଵଂ ଡାକ ସହାୟକ ଶ୍ରୀରାମ ଜୟରାମ ମହାପାତ୍ର ସ୍ଵତନ୍ତ୍ର ଦାୟୀତ୍ଵ ନିର୍ବାହନ କରିଥିଲେ ୲ ଏହି ମହାମେଳାରେ ମୋଟ ୮୪୮ ଗ୍ରାହକଙ୍କ ଠାରୁ ମୋଟ ୧୨ କୋଟି ୫୦ ଲକ୍ଷ ୭୫ ହଜାର ଟଙ୍କାର ପଲିସି ବାବଦକୁ ୫୫ ଲକ୍ଷ ୨୩ ହଜାର ୫ ଶହ ୮୦ ଟଙ୍କାର ନୂତନ ପ୍ରିମିୟମ ସଂଗୃହୀତ ହୋଇଥିଲା ୲ ଏହି ମହାମେଳାରେ ନିୟୋଜିତ ମର୍ଦ୍ଦକୋଟର ଶାଖାଡାକପାଳ କୀର୍ତ୍ତନ ନାୟକ ୪ ଲକ୍ଷ ୧୫ ହଜାର ୨୨୫ ଟଙ୍କାର ପ୍ରିମିୟମ ବ୍ୟବସାୟ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ବଡ ଆର୍ଯ୍ୟପଲ୍ଲୀର ଶାଖାଡାକପାଳ ଯୁଧିଷ୍ଠିର ନାୟକ ୨ ଲକ୍ଷ ୬୧ ହଜାର ୯୨ ଟଙ୍କାର ପ୍ରିମିୟମ ବ୍ୟବସାୟ କରି ଦ୍ଵିତୀୟ ଓ ବନ୍ଥପଲ୍ଲୀ ଶାଖାଡାକପାଳ ବସନ୍ତ ନାୟକ ୨ ଲକ୍ଷ ୪୦ ହଜାର ୮ ଟଙ୍କାର ପ୍ରିମିୟମ ବ୍ୟବସାୟ କରି ତୃତୀୟ ସ୍ଥାନରେ ରହିଥିଲେ ୲ ଏହି ଅବସରରେ ମହୁଡା, ରଣଝାଲି, ମଲାଡ, ପାଳଙ୍ଗ, କନିଷି, ଇନ୍ଦ୍ରାକ୍ଷୀ, ରମ୍ପା, ବଉଳଝରୀ ଓ ଟିକରପଡ଼ା ଆଦି ଗ୍ରାମ ଗୁଡିକୁ ସମ୍ପୂର୍ଣ୍ଣ ଡାକ ଜୀବନ ବୀମା ଗ୍ରାମ ଭାବେ ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀ ଡାକ ଵିଭାଗ ପକ୍ଷରୁ ଘୋଷଣା କରିଥିଲେ ୲ ବରିଷ୍ଠ ଡାକ ଅଧୀକ୍ଷକ ଶ୍ରୀ ପାଢୀ ଏ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିଥିଲେ ୲ ଏହା ବାଦ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ପ୍ରିମିୟମ ସଂଗ୍ରହ କରିଥିବା ୧୭ ଜଣ ଡାକ କର୍ମଚାରୀମାନଙ୍କୁ ମଧ୍ୟ ଉତ୍ସାହମୂଳକ ପୁରସ୍କାର ପ୍ରଦାନ କରିଥିଲେ ୲ କାର୍ଯ୍ଯକ୍ରମର ପ୍ରମୂଖ ଆକର୍ଷଣ ଭାଵେ ଭାରତୀୟ ଡାକ ବିଭାଗର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ମେଘଦୂତ ପୁରସ୍କାର-୨୦୨୦ ବିଜେତା ମର୍ଦ୍ଦକୋଟର ଶାଖା ଡାକପାଳ ଶ୍ରୀ କୀର୍ତ୍ତନ ନାୟକଙ୍କୁ ଶ୍ରୀ ପାଢୀ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ ୲ ଏହା ସହ ଆଗାମୀ ଦିନରେ ଗ୍ରାମୀଣ ଡାକ ଜୀବନ ବୀମାର ସୁବିଧା ଗ୍ରାମାଞ୍ଚଳରେ ବ୍ୟାପକ କରିବା ପାଇଁ ଉପସ୍ଥିତ ଶତାଧିକ ଗ୍ରାମୀଣ ଡାକ ସେବକଙ୍କୁ ଶ୍ରୀ ପାଢୀ ଆହ୍ଵାନ ଦେଵା ସହ କାର୍ଯ୍ଯକ୍ରମର ସଫଳ ରୂପାୟନ ପାଈଁ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ ୲ ଏହି ମଣ୍ଡଳ ସ୍ତରୀୟ ମହାମେଳାକୁ ବ୍ୟବସାୟିକ କାର୍ଯ୍ଯ ନିର୍ବାହୀ ଗୌରହରି ପଣ୍ଡା ପରିଚାଳନା କରିଥିବା ବେଳେ ଓଭରସିୟର ରଜନୀକାନ୍ତ ପାଢୀ ସହଯୋଗ କରିଥିଲେ ୲





