ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଅଷ୍ଟାଦଶ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ

0
137

ବ୍ରହ୍ମପୁର,୨୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ଗାନ୍ଧୀନଗରସ୍ଥିତ ପ୍ରଫେସର ଡ.ରବିନାରାୟଣ ମିଶ୍ରଙ୍କ ବାସଭବନ ଠାରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁସାହିତ୍ୟିକ ଅବସରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ ଡ.ବନମାଳୀ ପାଣିଗ୍ରାହୀ ଏବଂ ଉପସଭାପତି ଡ.ସରୋଜ କାନ୍ତ ରଥ ଯୋଗଦାନ କରି ସାହିତ୍ୟ ସମାରୋହ କୁ ଉଦଘାଟନ କରିଥିଲେ।ପ୍ରାରମ୍ଭରେ “ବନ୍ଦେ ଉତ୍କଳ ଜନନୀ” ଗାନକରାଯାଇ ମହାମାରୀ କରୋନା ସଂକ୍ରମଣ କାଳରେ ଦେହାନ୍ତ ହୋଇଥିବା ପ୍ରଫେସର ଡ.ହରିହର ଦାସ, କବିଶ୍ରୀ ଅଭିରାମ ପଣ୍ଡା, ଡାକ୍ତର ଚନ୍ଦ୍ରମଣି ସ୍ବାଇଁ,ଦୀଲ୍ଲିପ ଚୌଧୁରୀ, ପ୍ରମୁଖଙ୍କ ଆତ୍ମା ର ସଦଗତି କାମନାକରି ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନକରିଥିଲେ।ସାଧାରଣ ସମ୍ପାଦକ ହାଡିବନ୍ଧୁ ମାଳି ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ।ସୁଗାୟକ ଶ୍ୟାମ ପ୍ରସାଦ ପାଢ଼ୀ ଏବଂ ସୁଗାୟିକା ଜୋତ୍ସ୍ନାମୟୀ ପ୍ରଧାନ ପ୍ରାରମ୍ଭିକ ଜଗନ୍ନାଥ ଭଜନ ଗାନ କରିଥିଲେ। “ସାହିତ୍ୟ ରଚନା ରେ କରୋନାର ପ୍ରଭାବ” ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା।ମହାମାରୀ କରୋନା ଆମଦେଶ ଭାରତ ସମେତ ସମଗ୍ର ବିଶ୍ବ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି।ଏଯାବତ ଆଠକୋଟିରୁ ଉର୍ଦ୍ଧ୍ଵ ନରନାରୀ ସଂକ୍ରମିତ ହୋଇଥିବା ବେଳେ ସତର ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଣ ହରାଇଛନ୍ତି।ଏବଂ ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ହେଉଛନ୍ତି।ପୁରାଣ ରେ ବର୍ଣ୍ଣିତ ଦ୍ବାପର ଯୁଗର କୋକୁଆ ଭୟ ଠାରୁ
ବଳିଯାଇଛି ଏ ଭୟ।ଏହାର ପ୍ରଭାବ ସାହିତ୍ୟିକଙ୍କ ଉପରେ ମଧ୍ୟ ବେଶ ପରିଲକ୍ଷିତ ହୋଇଛି।କିଛି ସାହିତ୍ୟିକଙ୍କର ଦେହାବଶାନ ଘଟିଥିବା ବେଳେ କିଛି ସଂକ୍ରମିତ ମଧ୍ୟ ହୋଇଛନ୍ତି।ତଥାପି କିଛି କବି ଲେଖକ ନିଜ ରଚିତ ପୁସ୍ତକ ପ୍ରକାଶ କରିବାକୁ ସମର୍ଥ ମଧ୍ୟ ହୋଇଛନ୍ତି।ଯେଉଁମାନେକି ବିଶେଷ ଭାବରେ ଧନ୍ୟବାଦର ପାତ୍ର ବୋଲି ମଞ୍ଚାସୀନ ଅତିଥି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ ସାହିତ୍ୟିକ ତ୍ରିନାଥ ନାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବ ଅବସରରେ ଶିଶୁ ସାହିତ୍ଯିକ ହାଡିବନ୍ଧୁ ମାଳିଙ୍କ ରଚିତ ଶିଶୁ କବିତା ସଂକଳନ “ଜହ୍ନମାମୁଁ ଘରକୁ ଯାତ୍ରା”ସହ କବୟତ୍ରୀ ଗାଳ୍ପିକା ଶ୍ରୀମତୀ ପ୍ରମୋଦିନୀ ପଣ୍ଡାଙ୍କ ଗଳ୍ପ ସଂକଳନ “ସହଯାତ୍ରୀ”ଓ “ଲଘୁଚାପ” ଦୁଇଟି ଗଳ୍ପ ସଂକଳନ ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଦୀନବନ୍ଧୁ ଶ୍ରୀପଲ୍ଲବ ଓ କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋବତ୍ସରେ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର କାର୍ଯ୍ୟକାରୀ ସଭାନେତ୍ରୀ ପ୍ରମୋଦିନୀ ପଣ୍ଡା ସାଧାରଣ ସମ୍ପାଦିକା ଡ.ସୂଚନା
ପାଢ଼ୀ ଙ୍କ ସମେତ ଶ୍ରୀମତୀ ଆରତୀ ଶତପଥୀ, ଡ.ଭରତ ପଣ୍ଡା, ଇଂ ଆଶୁତୋଷ ପାତ୍ର, ଗୋପାଳ କୃଷ୍ଣ ପାଢ଼ୀ,ଶ୍ରୀମତୀ ଉମାରାଣୀ ପଣ୍ଡା ,ସୁଦର୍ଶନ ବିଷୋୟୀ
ରୂପେଶ କୁମାର ମିଶ୍ର,ନରସିଂହ ପାଣିଗ୍ରାହୀ,ପ୍ରକାଶ ଚନ୍ଦ୍ର ଶତପଥୀ,ପ୍ରହ୍ଲାଦ ବେହେରା କପିଳନ୍ଦ୍ର ମହାନ୍ତି,ନୃସିଂହ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ ଶେଷରେ ହାଡିବନ୍ଧୁ ମାଳି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here