ପାଟପୁର ଡାକ୍ତରଖାନାରେ ରୋଗୀ କଲ୍ୟାଣ ସମିତି ବୈଠକ ସହ ଦୁଇ ଦିନିଆ ଜି କେ ଏସ ପରିଚାଳନା ଦକ୍ଷତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

0
230

ବ୍ରହ୍ମପୁର,୩୧/୧୨/୨୦୨୦: ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ପାଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ରୋଗୀ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦୁଇ ଦିନ ଧରି ଚାଲିଥିବା ଗ୍ରାମ କଲ୍ୟାଣ ସମିତିର କାର୍ଯ୍ୟକାରିତା ଓ ଆର୍ଥିକ ପରିଚାଳନା ଜନିତ ଦକ୍ଷତା ଶିବିର ଉଦଯାପନ ହୋଇଅଛି । ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ା , ବାହନ ଦାସ , ସାନଖେମୁଣ୍ଡି ସି ଡି ପି ଓ ଅର୍ଚ୍ଚନା କହଁର , ବି ପି ଏମ୍ ଦିଲିପ୍ କୁମାର ବେହେରା , ସାଧାରଣ ସ୍ବାସ୍ଥ୍ୟ ଅଧିକାରୀ ଜୟନ୍ତୀ ଦାଶ ,ଫାର୍ମାସିଷ୍ଟ ସଞ୍ଜୟ କୁମାର ସାହୁଙ୍କ ଅଂଶ ଗ୍ରହଣ କରିଥିବା ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଶଙ୍କର୍ଷଣ ସ୍ବାଇଁ ପୌରହିତ୍ୟ କରିଥିବା ବେଳେ ପାଟପୁର ସରପଞ୍ଚ ଟି ,ବାବୁ ସୁବୁଦ୍ଧି , ରାଧାଦେଇପୂର ସରପଞ୍ଚ ପ୍ରତିନିଧି ଶ୍ରୀ ପ୍ରଶାନ୍ତ କୁମାର ବାରିକ ଉପସ୍ଥିତ ରହି ରୋଗୀ କଲ୍ୟାଣ ସମିତି ବୈଠକରେ ଡାକ୍ତରଖାନାର ପାରିପାର୍ଶିକ ପରିବେଶ ପରିଚାଳନା ଓ ଭିତ୍ତିଭୂମିର ବିକାଶ ନେଇ ତର୍ଜମା କରିଥିଲେ ।

ରୋଗୀ କଲ୍ୟାଣ ସମିତି ଉପଲବ୍ଧ ପାଣ୍ଠିରେ ଆନୁଷଙ୍ଗିକ ବ୍ୟୟବରାଦ ହୋଇପାରୁଥିବା କାରଣରୁ ପାଟପୁର ଓ ରାଧାଦେଇପୁର ପଞ୍ଚାୟତ ତରଫରୁ ମିଳିତ ସହଯୋଗ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ଗୃହ , ସ୍ଵତନ୍ତ୍ର ବୈଠକ ଓ ତାଲିମ୍ ଗୃହ ନିର୍ମାଣ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପାନୀୟ ଜଳ ସମସ୍ୟାରେ ସୁଧାର ଏବଂ ନୂତନ ଆଧୁନିକ ଧରଣର ଅପରେସନ ଥିଏଟର ନିର୍ମାଣ ପାଇଁ ମତ ପ୍ରକାଶ ପାଇଥିଲା ।ଡାକ୍ତରଖାନାରେ ନିୟମିତ ଡାକ୍ତର ନିଯୁକ୍ତି ନ ହେବା , କାମଚଳା ଡାକ୍ତର ଏଠାରେ ନିୟମିତ ରହୁନଥିବା କାରଣରୁ ସାଧାରଣ ସ୍ବାସ୍ଥ୍ୟସେବା ଅଞ୍ଚଳରେ ଅପହଞ୍ଚ ହେଉଥିବାରୁ ନିୟମିତ ଡାକ୍ତର ନିଯୁକ୍ତିକୁ ଗୁରୁତ୍ବ ଦିଆଯାଇଥିଲା ।

ସେହିପରି ଦୁଇ ଦିନ ଧରି ଚାଲିଥିବା ଜି କେ ଏସ ପରିଚାଳନା ଜନିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେରେ ଅଂଶଗ୍ରହଣ କରିଥିବା ଅଙ୍ଗନୱାଡ଼ି କର୍ମୀ , ଆଶା ଦିଦି ଓ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ସମାବେଶରେ ସେକ୍ଟର ପରିଦର୍ଶକ ତଥା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ( ପୁରୁଷ ) ଶ୍ରୀ ସୁନିଲ କୁମାର ମିଶ୍ର ଓ ଆଇ ସି ଡି ଏସ ପରିଦର୍ଶୀକା ପୁଷ୍ପଲତା ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଉଦଯାପନୀ ଉତ୍ସବରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ବାହନ ଦାସ ,ସି ଡି ପି ଓ ଶ୍ରୀମତୀ ଅର୍ଚ୍ଚନା କହଁର ଯୋଗଦେଇ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ , ଆଶା ଦିଦି ଓ ସଂଚୟିକା ସଂଘ ସଦସ୍ୟଙ୍କ ମିଳିତ ସମନ୍ଵୟତାକୁ ଅଗ୍ରାଧିକାର ଦେଇଥିଲେ ।ମିଳିତ ଉଦ୍ୟମ ଓ ସମନ୍ୱୟ ଭାବକୁ ନେଇ ଅଞ୍ଚଳ ସ୍ବାସ୍ଥ୍ୟସେବାକୁ ସୁଦୂରପ୍ରସାରି କରିବାକୁ ଅନୁପ୍ରାଣିତ କରିଥିଲେ ।କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ବେଦମତୀ ରଥ , ବିଜୟଲକ୍ଷ୍ମୀ ପାତ୍ର , ଗୀତାଞ୍ଜଳି ରଥଙ୍କ ସହ ଆରତୀ ମିଶ୍ର , ରୀନା ସାହୁ , ସୁଦେଷ୍ଟାଁ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here