ହିଞ୍ଜିଳିକାଟୁ,୦୧/୦୧/୨୦୨୧:ନବବର୍ଷରେ ଅତ୍ୟଧିକ ଜନଗହଳି ତଥା କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୩୧ ରାତ୍ର ପାଇଁ ଜନତା କର୍ଫ୍ୟୁ ଲାଗୁ କରିଥିବା ଜଣାଯାଇଛି ।ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ପୋୖର ପ୍ରଶାସନ ଗୁରୁବାର ସକାଳେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସହରର ସମସ୍ତ ଜନସାଧାରଣଙ୍କୁ ରାତ୍ର କର୍ଫ୍ୟୁ ଜାରୀ ରହିବ ନେଇ ସଚେତନତା କରିଥିଲେ । ବହୁତ ଦିନ ପରେ ନାଇଟ କର୍ଫ୍ୟୁ ଫେରିଥିବା ବେଳେ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ହିଞ୍ଜିଳି ପୋଲିସ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଅଞ୍ଚଳବାସୀଙ୍କୁ ଅନୁରୋଧ ପ୍ରାର୍ଥନା କରିଛନ୍ତି ।ସୂଚନା ମୁତାବକ ସାରା ରାଜ୍ୟ ରାତି ସାରା କର୍ଫ୍ୟୁ ଭିତରେ ରହିବ । ଏହି କଟକଣା ଫଳରେ ଆଉ କେହି ଘରୁ ଗୋଡ କାଢି ପାରିବେନି। କାରଣ ଅଧିକ ଲୋକ ଏକାଠି ହେଲେ କରୋନା ବ୍ୟାପିବାର ଭୟ ରହିଛି । ଏହି ଭୟକୁ ବ୍ରିଟେନ୍ ଷ୍ଟ୍ରେନ୍ ଅଧିକ ଘନିଭୂତ କରିଛି । ତେଣୁ ଡିସେମ୍ବର ୩୧ ତାରିଖ ରାତି ୧୦ରୁ ପୁରା ରାଜ୍ୟକୁ କର୍ଫ୍ୟୁ ଭିତରେ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କର୍ଫ୍ୟୁ କାଳରେ ଜରୁରୀକାଳୀନ ସେବା ପୂର୍ବବତ ଜାରି ରହିବ।ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଓ ଯାତାୟତକୁ ଅନୁମତି ଦିଆଯାଇଛି । ଏଥିସହ ହୋଟେଲ୍, କ୍ଲବ୍, ପାର୍କ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ନୂଆ ବର୍ଷ ପାଳନକୁ ନିଷେଧ କରିଛନ୍ତି । ଘରେ ସେଲିବ୍ରେସନ୍ କରିବାକୁ ଆଇଆଇସି ଶ୍ରୀ ଦାସ ନିବେଦନ କରିଛନ୍ତି । ଟେଲିଫୋନ୍, ହ୍ବାଟସ ଆପ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବା ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଧୁ ମିଳନ କରି ନୂଆ ବର୍ଷକୁ ଆନନ୍ଦ ଉଲ୍ଲାସ ସହ ସ୍ବାଗତ କରିବାକୁ ସେ କହିଛନ୍ତି । ଏଥି ସହ ଆଇଆଇସି ଏବଂ ତାଙ୍କ ଟିମ ରାତ୍ର ୧୦ ଘଣ୍ଟ ପରେ ହିଞ୍ଜିଳି ବ୍ଳକର ବିଭିନ୍ନ ଗ୍ରାମରେ ପେଟ୍ରୋଲିଂ ସାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ରହି ଜନତା କର୍ଫ୍ୟୁ ସଫଳ ହୋଇଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଏସ ଆଇ ମମତା ସାମନ୍ତରାୟ , ହାବିଲଦାର ପ୍ରମୋଦ ଗନ୍ତାୟତ, ଏ ପି ଏଫ ପଙ୍କଜ କାର୍ଜି, ଅନନ୍ତ ରଣ ସିଂ, ବାବୁଲା ନାୟକ, କନେଷ୍ଟବଳ ବୁଧିରାମ ହଂସଦା,ସଦାଶିବ ବେହେରା ପ୍ରମୁଖଙ୍କ ସହ ହୋମଗାର୍ଡ ଉପସ୍ଥିତ ଥିଲେ ।
ରିପୋର୍ଟ: ପ୍ରିୟବ୍ରତ ପଣ୍ଡା






