ଭୂବନେଶ୍ୱର,୧୯/୦୪/୨୦୨୧:ଫେରିଲା କଟକଣା । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ଶନିବାର ଓ ରବିବାର ସଟଡାଉନ । ଆସନ୍ତା ୨୪ ତାରିଖରୁ ଲାଗୁ ହେବ କଟକଣା। ସଂକ୍ରମଣ ରୋକିବାକୁ ଶନିବାର, ରବିବାର ସଟଡାଉନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର।ସାରା ରାଜ୍ୟର ସହରାଞ୍ଚଳରେ ଶନିବାର, ରବିବାର ହେବ ସଟଡାଉନ।ସୀମାବର୍ତ୍ତୀ ୧୦ ଜିଲ୍ଲା ସହ ଅନ୍ୟ ୨୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ।ସଟଡାଉନ ବେଳେ ଜରୁରୀକାଳୀନ ସେବା ଜାରି ରହିବ।ପୋଲିସ, ଡାକ୍ତର, ଅଗ୍ନିଶମ ଆଦି ଜରୁରୀ ସେବା ଅଫିସ ଖୋଲା ରହିବ ଜିନିଷ ପତ୍ର ନେବା ଆଣିବା କରୁଥିବା ଗାଡି ଚାଲିବ ।ରେଳ ଷ୍ଟେସନ କିମ୍ବା ବିମାନବନ୍ଦରକୁ ଯାତ୍ରୀ ନେଇ ଯାଉଥିବା ଗାଡିକୁ ଅଟକାଯିବ ନାହିଁ।ଯାତ୍ରୀମାନେ ଟିକଟ ଦେଖାଇ ସଟଡାଉନ ବେଳେ ଯାଆସ କରିପାରିବେ।ଏନଏଚ କଡରେ ଢାବା ଖୋଲା ରହିବ, ପାର୍ସଲ ମିଳିବ।ସାମ୍ବାଦିକମାନେ ଯାଆସ କରିପାରିବେ।ସଟଡାଉନ ବେଳେ କୌଣସି ସ୍ୱତନ୍ତ୍ର ପାସ ଦରକାର ନାହିଁ।ବିବାହ ପାଇଁ କେବଳ ୫୦ ଜଣଙ୍କୁ ଅନୁମତି।କୌଣସି ସ୍ଥିତିରେ ଅଧିକ ଭାଗ ନେଇ ପାରିବେ ନାହିଁ।ସର୍ବମୋଟ ୫୦ ରହିବେ, ଥର ଥର ୫୦ ନୁହେଁ।ଆୟୋଜକଙ୍କ ପରିବାର, ଅତିଥିଙ୍କୁ ମିଶାଇ ୫୦ ଲୋକ ରହିବେ।






