ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟ ରେ କରୋନା ସଚେତନତା ବୈଠକ

0
265

ଶେରଗଡ,୨୪/୦୭/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି ) ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟ ରେ ଏସ୍ ଏମ୍ ସି ସଭ୍ଯ ସଭ୍ଯା ମାନଙ୍କୁ ନେଇ ରାମହରି ସାହୁ ଙ୍କ ସଭାପତିତ୍ୱ ରେ କୋଭିଟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋଭିଟ ତୃତୀୟ ଲହରରୁ ଶିଶୁ ମାନଙ୍କୁ କିପରି ରକ୍ଷା କରାଯାଇପାରିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।ଛାତ୍ର ଛାତ୍ରୀ ମାନେ କିପରି ୟୁଟିଭ ରୁ ରେଡିଓ ମାଧ୍ୟମରେ ରେ ପାଠ ପଢିବେ ପ୍ରଧାନ ଶିକ୍ଷୟତ୍ରୀ ସୁନିତୀ ଦାଶ ଆଲୋକପାତ କରିଥିଲେ ।ବୈଠକ ରେ କମିଟି ସଭ୍ୟ ସଭ୍ଯା ପୁଷ୍ପାଞ୍ଜଳି ପଣ୍ଡା, ମାମା ନାୟକ,ଭଗବାନ ସାହୁ, ଏ.ପଦ୍ମାବତୀ,ବି.ସରୋଜା,ଭାରତୀ ପାତ୍ର,ସିମାଂଚଳ ସେନାପତି, ରୀତା ମହାପାତ୍ର, ଏନ. ରେଖା ଓ ଶିକ୍ଷକ ଟି .କ୍ରିଷ୍ଣା ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here