“ଘୁମୁସର ର ସ୍ବର” ପକ୍ଷରୁ ୯୯ତମ ପୁର୍ଣ୍ଣିମା ସାହିତ୍ୟ ଆସର।

0
272

ବୁଗୁଡ଼ା, ୨୪/୦୭/୨୦୨୧: ବୁଗୁଡା ବ୍ଲକର ବାଲିପଦରରେ ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୯୯ତମ ପୁର୍ଣ୍ଣିମା ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଐତିହାସିକ ବିଷ୍ଣୁଚକ୍ର ଗଡ଼ ନିକଟସ୍ଥ ପୋଚାଲୁଣ୍ଡି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି ।ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ ବରିଷ୍ଠ ସାହିତ୍ୟିକ କବି ଅନନ୍ତ କର, ଗୌରୀପତି ଦାଶ, ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ, ନବଘନମିଶ୍ର, ଅଜୀତ୍ କୁମାର ତ୍ରୀପାଠୀ, ବୈଷ୍ଣବ ଚରଣ ଦାସ, ଗୈ।ରୀ ଶଙ୍କର ମିଶ୍ର ଅତିଥି ଭାବେ ଯୋଗଦେଇ ଗୁରୁ ପୁର୍ଣ୍ଣିମାର ମହତ୍ୱ ସଂମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାନ ପକ୍ଷରୁ “ସ୍ମୃତିରେ ସ୍ମୃତିରେ ବୋଉ” ପୁସ୍ତକକୁ ଅତିଥି ଶ୍ରୀ ସିଂହ ଉନ୍ମୋଚନ କରିଥିବା ବେଳେ କବି ପୁର୍ଣ୍ଣଚନ୍ଦ୍ର ଭୋଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମାଜସେବୀ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ। କବିତା ଆସରରେ କବି କାର୍ତ୍ତିକେଶ୍ବର ପ୍ରଧାନ, ଶ୍ରୀଧର ମିଶ୍ର, ଭାସ୍କର ରାଉତ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଇ.ନୀଳାଞ୍ଚଳ ପାତ୍ର, ଧୃବ ପାଣିଗ୍ରାହୀ, ସୂର୍ଯ୍ୟମଣି ପରିଡା, ସଂଜୟ କୁମାର ବିଷୋୟୀ, ପୂର୍ଣ୍ଣଚନ୍ଦ୍ରଭୋଳ, ସଂଜୟ କୁମାର ପାତ୍ର, ବସନ୍ତ କୁମାର ବିଷୋୟୀ, କୈଳାଶ ଚନ୍ଦ୍ର ପ୍ରଧାନ, ଜି.ରାଜେଶ୍ବର ପାତ୍ର, ସୂର୍ଯ୍ୟ ସାମନ୍ତରା, ବିଶ୍ବନାଥ ନାୟକ ପ୍ରମୁଖ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ଖଲି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here