କନିସି ତହସିଲ ରେ ବସୁନ୍ଧରା ଯୋଜନା ର ଦୂର୍ନିତୀ ର ଗନ୍ଧ

0
616

ବ୍ରହ୍ମପୁର,୨୭/୦୮/୨୦୨୧: ସମାଜର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ତଥା ଭୂମିହୀନ, ବାସହୀନ ବ୍ୟକ୍ତି ଙ୍କ ନିମନ୍ତେ ରାଜ୍ୟ ସରକାର ଙ୍କ ଜାଗା ମିଶନ୍ ଜରିଆରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାରୀ ଜାଗା ରୁ କିଛି ଅଂଶ ମାଗଣରେ ପଟ୍ଟା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ତହସିଲ୍ ରେ ବସୁନ୍ଧରା ଯୋଜନା ରେ ଜମି ଜାଲିଆତି ରେ ବ୍ୟାପକ ଅନୟମିତତା କୁ ନେଇ ଭିଜିଲାନ୍ସ ଡିଭିଜନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ସାରା ଓଡ଼ିଶା ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ । ଗଞ୍ଜାମ ଜିଲ୍ଲା କନିସି ତହସିଲ୍ ରେ ମଧ୍ୟ ବସୁନ୍ଧରା ଯୋଜନାରେ ମାଗଣା ଘରବାରି ପଟ୍ଟା ପ୍ରଦାନ ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି କୁ ନେଇ ଅଭିଯୋଗ ଆସିଛି ଏଭଳି ଅଭିଯୋଗ ଆଣିଛନ୍ତି କନିସି ତହସିଲ୍ ଅଞ୍ଚଳର ସମାଜସେବୀ ଜଗମୋହନ ପାତ୍ର ଅଭିଯୋଗ ମୁତାବକ ବସୁନ୍ଧରା ଯୋଜନା ରେ ଆତ୍ମୀୟ ପ୍ରେମରେ ମୋହିତ ହୋଇ ତହସିଲଦାରଙ୍କ ଅସ୍ଥାୟୀ ବେସରକାରୀ ଡ଼୍ରାଇଭର ଅବନୀ କୁମାର୍ ମହାନ୍ତି ଙ୍କ ଧର୍ମପତ୍ନୀ ସ୍ବରୂପା ମହାନ୍ତି (୨୦ ଡିସିମଲ)ଓ ପରମାନନ୍ଦ ନାୟକ ନାମରେ(୧୦ଡିସିମଲ) ବସୁନ୍ଧରା ଯୋଜନା ରେ ସରକାରୀ ଜାଗା ପ୍ଲଟ୍ ନଂ ୧୯୪୮ ରୁ ପ୍ରଦାନ କରାଯାଇଥିବା ବେଳେ ଉକ୍ତ ୩୦ ଡିସିମିଲ୍ ସମସ୍ତ ଜାଗାକୁ ଅକ୍ତିଆର କରି ତହସିଲ୍ ଦାର୍ ବାବୁଙ୍କ ଡ଼୍ରାଇଭର ଯିଏକି ସମାଜର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏବଂ ନିଜର କିଛି ସମ୍ପତି ନଥିବା ଆର୍.ଆଇ ତଦନ୍ତ ରେ ଦର୍ଶାଇ ବାର୍ଷିକ ୪୮୦୦୦/ ହଜାର ଟଙ୍କାର ରୋଜଗାର ଦର୍ଶାଇ ଉକ୍ତ ଜାଗାରେ ଏକ ବିରାଟ ବଡ଼ ଅଟ୍ଟାଳିକା ନିର୍ମାଣ କରୁଛନ୍ତି ଯାହାର ଇଞ୍ଜିନିରିଙ୍ଗ୍ ପ୍ଲାନିଂ ର ମୂଲ୍ୟ ଆର୍.ଆଇ ଏବଂ ତହସିଲ୍ ଦାର୍ ଦେଇଥିବା ଆୟ ପ୍ରମାଣ ପତ୍ର ଠାରୁ ବେଶ୍ ଅଧିକା ଅଟେ। ତହସିଲଦାର ଙ୍କ ପ୍ରଦାନ ରିପୋର୍ଟ ମୁତାବକ ଅବନୀ ମହାନ୍ତି ଙ୍କ ବିବାହ ପରେ ସେ ତାଙ୍କ ଏକ ମାତ୍ର ପୁତ୍ର ହୋଇଥିବା ସତ୍ତ୍ବେ ବିଧବା ମାତା ସରକାରୀ ପେନସନ ହିତାଧୀକାରୀ ଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ହୋଇ ରହୁଛନ୍ତି ଯିଏ କି ଷୋଳବିନ୍ଧା ସ୍ଥିତ ସରକାରୀ ଜାଗା ଖାତା ନଂ-୫୨୧ , ପ୍ଲଟ ନଂ- ୯୨୫ ରେ ଘର କରି ରହୁଛନ୍ତି।ସେହି ପରି ପ୍ଲଟ୍ ନଂ ୧୯୪୮ କୋଳଥି ଗାଁ ମୌଜା ସରକାରୀ ଜମି ରୁ ୬୪୯/୭୦୧ ଖାତା ନଂ ପଟ୍ଟା କୁ ଲାଗି ପରମାନନ୍ଦ ନାୟକ ପିତା- ଲକ୍ଷ୍ମଣ ନାୟକ, ଜାତି ଆରୁଆ ବାସସ୍ଥାନ – କୋଳଥି ଗାଁ ନାମରେ ଉକ୍ତ ସରକାରୀ ଜମିରୁ ଖାତା ନଂ ୬୪୯/୬୬୮ ରେ ପ୍ରଦାନ କରାଯାଇଥିବା ୧୦ ଡିସିମିଲି ଜାଗା ର ପଟ୍ଟା ବ୍ୟକ୍ତି କୋଳଥି ଗାଁ ରେ କେହି ମଧ୍ୟ ନାହାନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଯାହା ଫଳରେ ଉକ୍ତ ସମସ୍ତ ୩୦ ଡିସିମଲ ଜମିକୁ ନିଜ ଡ୍ରାଇଭର ବାବୁ ଅକ୍ତିଆର କରି ଏକ ବିରାଟ ଘର ତୋଳୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କାରଣ ପରମାନନ୍ଦ ନାୟକ ଙ୍କ ମା ଶଶି ନାୟକ ଙ୍କ ନାମରେ ପୂର୍ବରୁ ସରକାରୀ ଯୋଜନାରେ ଏକ ବାସଗୃହ ଦୁମୁଦୁମି ଓ. ଡ଼ି.ଆର୍. ପି ଠାରେ ପ୍ରାପ୍ତି କରି ସପରିବାର ସହ ପରମାନନ୍ଦ ନାୟକ ରହିଆସୁଛନ୍ତି। ଠିକ୍ ସେହି ପରି ଅନେକ ଧନୀ ଶ୍ରେଣୀର ଅଯୋଗ୍ୟ ବ୍ୟକ୍ତି ତହସିଲ୍ ଅଫିସ ରେ ଅର୍ଥ କାରବାର କରି ସରକାରୀ ଯୋଜନାରେ ଘର ପ୍ରାପ୍ତି କରି ବିଳାସମୟ ଜୀବନ କାଟୁଥିବାର ଦେଖିବାକୁ ମିଳିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଣୁ ଏହାର ଭିଜିଲାନ୍ସ ତଦନ୍ତ ହେଲେ କନିସି ତହସିଲ ଅଞ୍ଚଳରେ ବସୁନ୍ଧରା ଯୋଜନା ରେ ଅନେକ ଗୁଡ଼ିଏ ଅନିୟମିତତା ,ଜମି ଜାଲିଆତି ସରକାରୀ ବାବୁ ମାନଙ୍କର ଅର୍ଥ କାରବାର ର ଅନେକ ତଥ୍ୟ ପଦାକୁ ଆସିବ ବୋଲି ସେ ଦୃଢତା ର ସହିତ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here