ସ୍ତ୍ରୀ କୁ ନିର୍ଯାତନା, ଥାନାରେ ଶିକ୍ଷକ ସ୍ବାମୀ ନାମରେ ମାମଲା।

0
205

ଗୋଳନ୍ଥରା,୨୭/୦୮/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଅଞ୍ଚଳର ଜୈନିକା ବିବାହିତ ମହିଳା ତାଙ୍କ ଶିକ୍ଷକ ସ୍ବାମୀ ନାମରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ନେଇ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏ ନେଇ ମହିଳା ଥାନାରେ ଗତ ୨୩ ତାରିଖରେ ୯୬/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ କନିଷି ଅଞ୍ଚଳର ମହିଳା ପ୍ରଭାସିନୀ ପାଢ଼ୀ ଦିଗପହଣ୍ଡି ଥାନା ଅନ୍ତର୍ଗତ ବୀର ଲକ୍ଷ୍ମୀନାରାୟଣପୁର(ପଣ୍ଡର ପଡା ) ହରି ନାରାୟଣ ପାଢ଼ୀ ଙ୍କୁ ବିବାହ କରିଥିଲେ। ଶ୍ରୀ ପାଢ଼ୀ ବର୍ତ୍ତମାନ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସାତପାଣ୍ଡିଆ ବିଦ୍ୟାଳୟ ରେ ଶିକ୍ଷକତା କରିବା ସହ ବ୍ରହ୍ମପୁର ଫାଷ୍ଟ ଗେଟ ସନ୍ନିକଟ ଓମ ନଗର ଚତୁର୍ଥ ଲାଇନରେ ପରିବାର ସହ ରହି ଆସୁଛନ୍ତି। କିନ୍ତୁ ଗତ ଦୁଇବର୍ଷ ହେବ ଶ୍ରୀ ପାଢ଼ୀ , ସ୍ତ୍ରୀ ପ୍ରଭାସିନୀ ସମେତ ପୁଅ କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିବା ପ୍ରଭାସିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here