୧୫ ରୁ ଉର୍ଦ୍ଧ୍ବ ପରିବାର ପାଇଖାନା ପ୍ରୋତ୍ସାହନ ରାଶି ଟଙ୍କା ପାଇବାରୁ ବଞ୍ଚିତ

0
197

ବ୍ରହ୍ମପୁର,୧୬/୦୯/୨୦୨୧: (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେରୁଆଁବାଡ଼ି ପଞ୍ଚାୟତର ସାତନଳ ଗାଁ ରୁ ଆସିଛି ଏଇଭଳି ଅଭିଯୋଗ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବାହାରେ ମଳତ୍ୟାଗ ନ କରିବାପାଇଁ ବହୁ ଯୋଜନା କରିଛନ୍ତି । ଯେମିତି ସମସ୍ତେ ନିଜ ନିଜ ଘର ପାଖରେ ପାଇଖାନା ନିର୍ମାଣ କରିବେ ଏଇ ବାବଦକୁ ୧୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ସରକାର ଦେବାପାଇଁ ଘୋଷଣା ମଧ୍ୟ କଲେ । ବହୁ ଲୋକ ଏହାର ସୁବିଧା ମଧ୍ୟ ପାଇଲେ, କିନ୍ତୁ ବେରୁଆଁବାଡ଼ି ପଞ୍ଚାୟତ ର ସାତନଳ ଗାଁ ରେ ୧୫ରୁ ଉର୍ଦ୍ଧ ପରିବାର ଧାର ଉଦ୍ଧାର କରି ନିଜେ ପାଇଖାନା ନିର୍ମାଣ କରି ମଧ୍ୟ ଏହି ସୁବିଧା ରୁ ବଞ୍ଚିତ । ଆଜକୁ ପ୍ରାୟ ଅଢେଇ ବର୍ଷ ହେବ ବ୍ଲକ ଓ ସରପଞ୍ଚ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇସାରିଲେଣି କିନ୍ତୁ ଆଜି ଯାଏଁ ମିଳିଲା ନାହିଁ ଟଙ୍କା ବୋଲି ସେମାନେ ପ୍ରକାଶ କରିଛନ୍ତି । ଏଠି ଭୁଲ କାହାର ? ଯୋଉମାନେ ପାଇଖାନା ତିଆରି କରିଛନ୍ତି ସେମାନଙ୍କୁ କେବେ ପ୍ରୋତ୍ସାହନ ରାଶି ଟଙ୍କା ମିଳିବ ତାହା ଦେଖିବାକୁ ବାକି ରହିଲା। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବି ହୋଇଛି । ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here