ପୋଲସରା ବ୍ଲକରେ ବିଜେପି ପକ୍ଷରୁ ପ୍ରଚାର ଅଭିଯାନ।

0
17

ପୋଲସରା ୨୧/୦୪/୨୦୨୪ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୋଲସରା ବ୍ଳକର ବିଭିନ୍ନ ଗ୍ରାମରେ ନିର୍ବାଚନ ପ୍ରଚାର ଅଭିଯାନ କରାଯାଇଛି। ଏପ୍ରିଲ ୨୧ ତାରିଖ ଦିନ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଳିକ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକଙ୍କ ଶତାଧିକ ଦଳୀୟ କର୍ମୀ ପୋଲସରା ବ୍ଳକ ଅନ୍ତର୍ଗତ ଉସ୍ତାପଡା, ମୁକ୍ତାମାଳାଦେଇ ପୁର, ବନ୍ଥପଲ୍ଲୀ , ମଥୁରା, ଢଉମାଳ, ଜା ଡେଙ୍ଗାପଦର, ମର୍ଦ୍ଦରାଜ ପୁର ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ମୋଦୀ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଳିକ ଓ ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକଙ୍କ ସମେତ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ଯୁବନେତା ପୃଥିରାଜ ଭଞ୍ଜଦେଓ , ନାରିନେତ୍ରୀ ଆରତୀ ଦେବୀ, ନିଳମାଧବ ସାହୁ , ମଣ୍ଡଳ ସଭାପତି ରଘୁନାଥ ପଣ୍ଡା , ମହେଶ୍ୱର ପରିଡ଼ା , ପ୍ରଶ୍ନ କୁମାର ଡାକୁଆ , ଦୀପକ ପୋଲାଇ , କୃଷ୍ଣ ପଟ୍ଟନାୟକ , ପ୍ରତିମା ସାହୁ , ଗୀତାଞ୍ଜଳି ନାୟକ , ସମୀର ନାହାକ, ମହେଶ ସାହୁ ଓ ବହୁ ବିଜେପି କର୍ମୀ ଏହି ପ୍ରଚାର ଅଭିଯାନରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here