ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

0
174

ବାଲିଗୁଡା,୧୫/୧୦/୨୦୨୧(ସୁଶିଲ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ ର ପଛପଟୁ ଧକ୍କାଦେଲା ବାଇକ ଆରୋହୀ, ଟାଉନର ସୁନାପାଙ୍ଗା ଠାରେ ଭାରସାମ୍ୟ ହରାଇ ବାଇକ ଓଡି-୧୨-ଏ -୬୫୭୩ ଟି ଟାଟା ମ୍ୟାଜିକ କୁ ପଛପଟୁ ଧକ୍କାଦେଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ (୩୫) ବୋଲି ଜଣାପଡିଛି l ଶୁକ୍ରବାର ଦିନ କୌଣସି କାମରେ ଘରକୁ ଫେରୁଥିବା ବେଳେ ସୁନାପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ସମାଜସେବୀ ରାମାନନ୍ଦ ଘଡ଼ାଇଙ୍କ ସହ ବିଜେପି ର ନେତୃବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ, ପୋଲିସ୍ କୁ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଏସ୍.ଡି.ପି.ଓ ମନୋଜ ପୁଜାରି ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here