ଧନେଇ ଆଡ଼ିବନ୍ଧ ର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
385

ପୋଲସରା, ୧୯/୧୧/୨୦୨୧: ପୋଲସରା ବ୍ଲକ ଅନ୍ତର୍ଗତ ରାଆଣ୍ଡି ର ଧନେଇ ଜଳଭଣ୍ଡାର ଆଡ଼ିବନ୍ଧ ର ଉନ୍ନତି କରଣ ପାଇଁ ନଭେମ୍ବର ୧୮ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଙ୍କ କରକମଳ ରେ ଧନେଇ ଜଳଭଣ୍ଡାର ଆଡ଼ିବନ୍ଧ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଇଂ ଅଶ୍ୱିନୀ କୁମାର ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ବିଭୁଦତ୍ତ ପଣ୍ଡା ଓ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ଦାଶ ଶର୍ମା ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଧନେଇ ଜଳଭଣ୍ଡାରର ଦାୟିତ୍ୱ ବହନ କରିଥିବା ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଉପସ୍ଥିତ ଆଡ଼ିବନ୍ଧ ଉନ୍ନତି କରଣ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଧାରଣା ପ୍ରଦାନ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here