ଭୁବନେଶ୍ୱର, ରାୟଗଡା ଓ ଜଗତସିଂହପୁର ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ହେଲେ ସାମିଲ।। ଭୁବନେଶ୍ୱର ବିଜେଡି ପୂର୍ବତନ ଯୁବ ଉପସଭାପତି ଦେବାଶିଷ ବ୍ରହ୍ମା ବିଜେପିରେ ଯୋଗ ଦେଲେ।ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଜେଡି ନେତା ତଥା ପୂର୍ବତନ ଅଧ୍ୟକ୍ଷ ମିନକେତନ ଷଡଙ୍ଗୀ ବିଜେପିରେ ହେଲେ ସାମିଲ

0
15

ଭୁବନେଶ୍ୱର,୨୧/୦୪/୨୦୨୪: ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱରର ବିଜେଡି ପୂର୍ବତନ ଯୁବ ଉପସଭାପତି ଦେବାଶିଷ ବ୍ରହ୍ମା ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ବ୍ରହ୍ମାଙ୍କ ସମେତ ସ୍ନେହଲତା ବାରିକ, ସମ୍ବିତ ମହାପାତ୍ର, ଚନ୍ଦନ କୁମାର ପତି, ଶମ୍ଭୁନାଥ ବିଶ୍ୱାଳ, ବିନାୟକ ମହାପାତ୍ର, ପୂର୍ବତନ ସରପଂଚ ଆଲୋକ ରଞ୍ଜନ ସାହୁ, ୱାର୍ଡ ମେମ୍ବର ଅଭୟ ପରିଡା, ଅବିନାଶ ଖଟୁଆ, ମନୋଜ ପ୍ରଧାନ, ଦୀପକ ବରାଳ, ପବିତ୍ର ସାହୁ, ତପନ ଜେନା, ସମାଜସେବୀ ପୂର୍ଣ୍ଣିମା ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ଅଜୟ କୁମାର ପଟ୍ଟନାୟକ ଓ ଚିତରଞ୍ଜନ ମହାପାତ୍ର ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଜେଡି ନେତା ତଥା ପୂର୍ବତନ ଅଧ୍ୟକ୍ଷ ମିନକେତନ ଷଡଙ୍ଗୀ ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଷଡଙ୍ଗୀଙ୍କ ସହ ଅନୁସୂଚିତ ଜାତି ନେତା ଚିତ୍ରସେନ ସୁନା, ରଘୁବାରି ଗ୍ରାମ ପଂଚାୟତ ସରପଂଚ ନାଉଗାଁ ମାଝୀ, କୋଲନାରା ବ୍ଲକ ବିଜେଡି ନେତା ଯୋଗେନ୍ଦ୍ର ଚିଂଟାଦା, ବିଷମକଟକ ବ୍ଲକର ଯୁବନେତା ରାଧେଶ୍ୟାମ ହିଆଲ, ପୂର୍ବତନ ସରପଂଚ ତଥା ନେତା ସୁବାଷ ଚନ୍ଦ୍ର ବକ୍ସି, ଝିଗିଡି ଗ୍ରାମ ପଂଚାତୟର ସରପଂଚ ଅଙ୍କୁର ପାଣ୍ଡୁ, ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ଗୌଡ, ବିନୋଦ ବିହାରୀ ପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଦେବଦାସ ବଣୁଆ, ସୀମାଦ୍ରି ପାତ୍ର, ତ୍ରିନାଥ ପାତ୍ର, ସହଦେବ ଚିଚୁଆନ, କୃଷ୍ଣ ଗୌଡ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲା ଏରସମାର ମାନସ ରଞ୍ଜନ ଦାସ, ଦିବ୍ୟଜ୍ୟୋତି ଦାସ, ଆଶୁତୋଷ ସାହୁ, ସୁରିଆକାନ୍ତ ସ୍ୱାଇଁ, କମଳାକାନ୍ତ ସ୍ୱାଇଁ, ଅବିନାଶ ବେଉରା, ଅମୀୟ ଦାସ, ମାୟାଧର ପରିଡା, ବିବେକାନନ୍ଦ ସ୍ୱାଇଁ, ଲହର ସଂଗ୍ରାମ ସାହୁ, ଆଶିଷ ପାତ୍ର, ନିଶିକାନ୍ତ ପଢ଼ିଆରୀ, ଲିପୁ ରାଉତ, ବିଶ୍ୱଜିତ୍ ଦାସ, ଚିନ୍ମୟ ଲେଙ୍କା ଓ ଦେବାଶିଷ ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।
ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ବାବୁ ସିଂ, ବିଷମ କଟକର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଉଲାକା, ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର, ସୁବାଷିନି ପୃଷ୍ଟି, ରାମଚନ୍ଦ୍ର ବେହେରା, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅରୁଣ ପୁରୋହିତ, ଦୀଲିପ ବେହେରା, ବରିଷ୍ଠ ନେତା ମଦନମୋହନ ପ୍ରଧାନ ଓ ତାପସ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ବଢ଼ୁଛି ବିଜେଡି ଖସୁଛି । ତୃତୀୟଥର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଉତ୍ସୁକତାର ସହ ଦେଶବାସୀ ଚାତକ ପକ୍ଷୀ ପରି ଅନେଇ ବସିଛନ୍ତି । ଏଥିସହ ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ହେବ । ଆପଣମାନଙ୍କ ଯୋଗଦାନ ବିଜେପିର ବିଭିନ୍ନ ଅଂଚଳକୁ ଶକ୍ତିଶାଳୀ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here