ଗୋଳନ୍ଥରା: ଚୋରି ମାମଲାରେ ଜଣେ ଗିରଫ

0
227

ଗୋଳନ୍ଥରା,୧୯/୧୧/୨୦୨୧: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଗୁଣ୍ଡିଚା ନଗରରେ ଜନୈକ ବ୍ୟକ୍ତି ଘରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ ଘରୁ ସୁନା ଚୋରି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଜଣଙ୍କ ଗୋଷାଣି ନୂଆଗାଁ ଥାନା ଅର୍ନ୍ତଗତ ଗୋଷାଣିନୂଆଗାଁ ର ନାରାୟଣ ଦାସ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗୁଣ୍ଡିଚା ନଗରର ରାମଚନ୍ଦ୍ର ସାହୁ ଙ୍କ ଘର କାମ ଚାଲିଥିବାରୁ କିଛି ଶ୍ରମିକ ଆସି ଘରେ କାମ କରୁଥିଲେ।ଗତ ୧୭ ତାରିଖ ଦିନ ତାଙ୍କ ଘରୁ ୭ ଗ୍ରାମ ଓଜନର ଏକ ସୁନାମୁଦି ଚୋରି ହେବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ କୁ ଭିତ୍ତି କରି ୩୨୬/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟ ରେ ଅଭିଯୁକ୍ତ ନାରାୟଣ ସାହୁ ଙ୍କୁ ଥାନା କୁ ଜୋରା କରିବା ସମୟରେ ସେ ମୁଦି ଚୋରି କରିଥିବା ସ୍ବିକାର କରିବା ସହ ତାହା ଠାରୁ ଛୋରି ଯାଇଥିବା ମୁଦି ଉଦ୍ଧାର କରାଯାଇଥିଲା।ଏହି ଘଟଣାରେ ନାରାୟଣ କୁ ଶନିବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here