ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ଡିଭିଜନ ରେ ସ୍ବତନ୍ତ୍ର ରିଲିଫ କମିଶନ ଙ୍କ ବାତ୍ୟା କ୍ଷୟକ୍ଷତି ୧୦କୋଟି ଟଙ୍କା ଅନୁଦାନ କୁ ମିଥ୍ୟା ବିଲ୍ ଜରିଆରେ ହରଲୁଟ।

0
334

ବ୍ରହ୍ମପୁର,୨୯/୧୧/୨୦୨୧:
ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ଡିଭିଜନ ରେ ସ୍ବତନ୍ତ୍ର ରିଲିଫ କମିଶନ ଙ୍କ ବାତ୍ୟା କ୍ଷୟକ୍ଷତି ୧୦କୋଟି ଟଙ୍କା ଅନୁଦାନ କୁ ମିଥ୍ୟା ବିଲ୍ ଜରିଆରେ ହରଲୁଟ ହୋଇଥିବା ଜଣାପଡିଛି। ୨୦୧୮ ମସିହାରେ ହୋଇଥିବା ବାତ୍ୟା ର କ୍ଷୟକ୍ଷତି ର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ଆର୍ଥିକ ଅନୁଦାନ କୁ ଅପବ୍ୟବହାର କରି ଖର୍ଚ୍ଚ କରାଯାଇଛି। ସୁଚନା ଅଧିକାର ଆଇନ ଅନୁଯାୟୀ ଉପରୋକ୍ତ ତଥ୍ୟ ପାଇଁ ଉକ୍ତ କାର୍ଯାଳୟ ରେ ଆବଶ୍ୟକୀୟ ଅର୍ଥ ଜମା କରାଯାଇ ସଂଗ୍ରୀହୃତ ତଥ୍ୟ ରେ ଏହା ଜଣାପଡିଛି। ପୂର୍ବରୁ ଉପରୋକ୍ତ ଘଟଣା ସଂପର୍କରେ ମୂଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭାଗୀୟ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, ଭିଜିଲାନ୍ସ ବିଭାଗ କୁ ଚଳିତ ମାସ ୫ ତାରିଖରେ ଟ୍ବିଇଟ ଯୋଗେ ଅଭିଯୋଗ କରାଯାଇଛି। ଉକ୍ତ ଡିଭିଜନ କାର୍ଯାଳୟ ରେ କାର୍ଯରତ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଅବସର ନେବା ପୂର୍ବରୁ ବେନିୟମ ଭାବେ ବିଭିନ୍ନ କାମ କୁ ଭାଗ ଭାଗ କରି ୫୦ ହଜାର ଟଙ୍କିଆ କାମ ୨୦୦୦ ସଂଖ୍ୟା ରେ କରାଯାଇ ୧୦ କୋଟି ଟଙ୍କା ବ୍ୟୟ ର ମିଥ୍ୟା ବିଲ୍ କରାଯାଇଛି।ଯାହାକି ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ଆର୍ଥିକ ଅନୁଦାନ ର ବିନିଯୋଗ ପତ୍ର ଦାଖଲ ପାଇଁ ତରବରିଆ ଭାବେ କେବଳ ଖର୍ଚ୍ଚ ଉଦ୍ଦେଶ୍ୟରେ ମିଥ୍ୟା ବିଲ୍ କରାଯାଇଥିବା ସ୍ପଷ୍ଟ ହୋଇଯାଇଛି।ଏଣୁ ଏଭଳି ଆର୍ଥିକ ହେରଫେର ପାଇଁ ସରକାର କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଲା।

LEAVE A REPLY

Please enter your comment!
Please enter your name here