ସାଂସଦ ପ୍ରମିଳା ବିଷୋୟୀ , ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ସହ ନନ୍ଦିନୀ ଦେବୀଙ୍କ ସାନଖେମୁଣ୍ଡିରେ ଆବାସ ଯୋଜନା ହିତାଧିକାରୀଙ୍କୁ ଅନୁକମ୍ପା ମୂଳକ ନିର୍ମାଣ ରାଶି ପ୍ରଦାନ କାର୍ଯ୍ୟକ୍ରମ

0
366

ବ୍ରହ୍ମପୁର,୦୯ /୦୧ /୨୦୨୨: ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଏବଂ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଅଛି । ହାଇକୋର୍ଟ ନିର୍ଦ୍ଦେଶ ପ୍ରକାରେ ସଂରକ୍ଷଣ ତାଲିକାକୁ ପୁନଃ ପ୍ରକାଶ ପରେ ବିଜେଡି ନିଜ ପଲାଭାରୀ କରୁଥିବା ନେଇ ଆତ୍ମସନ୍ତୋଷ ଲାଭ କରିବା ସହିତ ନିଜ ପତିଆରାକୁ ବଳବତ୍ତର ରଖିଛି । ଏହି ଅବସରରେ ଭୋଟରକୁ ଦଳପ୍ରତି ଆକୃଷ୍ଟ କରିବା ଉଦ୍ଧେଶ୍ୟରେ ପୂର୍ବଦିନର ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆଳରେ ପଂଚାୟତ ସ୍ତରରେ ସରକାରୀ ସଚେତନା କାର୍ଯ୍ୟକ୍ରମର ସମାବେଶ କରାଇ ରାଜ୍ୟ ଦଳୀୟ ନେତୃତ୍ୱ ଓ ମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟକାର୍ଡ ବାଣ୍ଟିଥିବା ବେଳେ ଆଜି ସାଂସଦ ଓ ମନ୍ତ୍ରୀଙ୍କ ତୋଫାନୀ ଗସ୍ତ କାର୍ଯ୍ୟକ୍ରମ ଜରିଆରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ବିଜୁ ଆବାସ ଯୋଜନା ହିତାଧିକାରୀଙ୍କୁ ନିର୍ମାଣ ଜନିତ ଅନୁକମ୍ପା ରାଶି ପ୍ରଦାନ କରାଯାଇଅଛି । ଆଜି ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବ୍ଲକର ଟି ଗୋବିନ୍ଦପୁର ପଞ୍ଚାୟତର ଢିମିରାପଲି , ସମନ୍ତରାପୁର , ଜନକା ପଲ୍ଲୀ ଓ କତାପଲି , ପଟିଗୁଡ଼ା ପଞ୍ଚାୟତର ଦୋଳବ ସହ ପୋଡ଼ାମାରୀ ଏବଂ ଛଣମେରୀରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ , ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ସହ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ପ୍ରମୁଖ ଗ୍ରାମ ପରିକ୍ରମା ସହ ହିତାଧିକାରୀଙ୍କ ଘରକୁ ଘର ବୁଲି ପ୍ରାୟ ପଚାଶ ଜଣ ହିତାଧିକାରୀଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ସହ ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ , ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ସୀମାଞ୍ଚଳ ଗୌଡ଼ , ଗଙ୍ଗାଧର ପାତ୍ର , ଓମ୍ ପ୍ରସାଦ ସାହୁଙ୍କ ସହ ବିଜେଡି ଦଳୀୟ କର୍ମୀ ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here