ୱାଓ ଡ୍ୟାନ୍ସ ଷ୍ଟୁଡିଓର ବାର୍ଷିକ ଉତ୍ସବ ରେ ସମ୍ବର୍ଧନା

0
222

ବ୍ରହ୍ମପୁର,୧୧/୦୧/୨୦୨୨: ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ୍ ପରିସରରେ ୱାଓ ଡ୍ୟାନ୍ସ ଷ୍ଟୁଡିଓର ବାର୍ଷିକ ଉତ୍ସବ ସହ ପୁରସ୍କାର ବିତରଣ ଓ ସମ୍ବନ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାଓ ଡ୍ୟାନ୍ନ ଷ୍ଟୁଡିଓର ମୁଖ୍ୟ ପରିଚାଳକ ଗଣେଷ ମିସ୍ତ୍ରୀଙ୍କ ମାତା ପୁର୍ଣ୍ଣିମା ମିସ୍ତ୍ରୀ ଏହି ଅବସରରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ପୂର୍ବତନ କର୍ପୋରେଟର ଆର୍ ମୁରଲୀ ମୋହନ ଯୋଗଦେଇଥିଲେ । ଉଭୟ ଅତିଥିଙ୍କୁ ଏଠାରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଆକର୍ଷଣଭାବେ ଖ୍ୟାତନାମା ନୃତ୍ୟଶିଳ୍ପୀ ହରିହର ଦାସ, ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ଏବଂ ନୃତ୍ୟଶିଳ୍ପୀ କବି ପ୍ରସାଦ ପ୍ରଧାନ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଜ୍ୟୋତି ରଞ୍ଜନ ସାହୁ ,ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ନିର୍ଦେଶକ ଶ୍ରୀନିବାସ, କଲ୍ୟାଣ ରଥ,ସତ୍ୟ ପ୍ରମୁଖ ଯୋଗ ଦେଇଥିବାବେଳେ ସମସ୍ତଙ୍କୁ ଏଠାରେ ଅନୁରୂପ ସମ୍ବନ୍ଧିତ କରାଯାଇଥିଲା। କାହ୍ନୁରାଉତ, ସ୍ମୃତି ପଣ୍ଡା ଓ ଟୁଇଙ୍କଲ୍ ଗମାଙ୍ଗ ଏଠାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ଓ୍ୱାଓ ଡ୍ୟାନ୍ସ ଗ୍ରୁପ୍ ବ୍ରହ୍ମପୁରରେ ଏପରି କଳାର ବିକାଶ କରି ଆସୁଥିବା ଏଠାରେ ନିର୍ଦ୍ଦେଶକ ତଥା କୋରିଓ ଗ୍ରାଫର ଗଣେଷ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here