ପରିବେଶ ଧ୍ୱଂସ : ଆଇ.ଓ.ସି.ଏଲ. କାଟିଲା ୯୩ ଗଛ

0
194

ବୁଗୁଡା, ୧୩/୦୧/୨୦୨୨: ବିରଞ୍ଚିପୁର-ମାଣିତରା-ଜିରାବାଡି ପୂର୍ତ୍ତ ବିଭାଗ ରାସ୍ତା କଡରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରି ସୁରକ୍ଷା ଦେଇ ବଡ଼ ଗଛରେ ପରିଣତ କରାଯାଇଥିଲା। ହେଲେ ସେହି ରାସ୍ତା କଡର ବଡଧରଣର ୯୩ ଗୋଟି ଗଛକୁ ଆଇ.ଓ.ସି.ଏଲ. କମ୍ପାନୀ ବିନା ଅନୁମତିରେ ସମ୍ପୂର୍ଣ୍ଣ ଓ ଆଂଶିକ ଭାବେ କାଟି ପରିବେଶ ଧ୍ୱଂସ କରିଥିବା ଦେଖାଦେଇଛି। ବାଟୋଇମାନେ ଗଛର ଛାୟାରେ ଆରାମରେ ଯାତାୟାତ କରୁଥିବା ବେଳେ ଆଇ.ଓ.ସି.ଏଲ. କମ୍ପାନୀ ବିରଞ୍ଚିପୁର ଠାରୁ ଆରମ୍ଭ ହୋଇ ବାଘୁଆ କେନାଲ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ରାସ୍ତା କଡର ଗଛକୁ କାଟି ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟି ପୋତିଥିବା ଦେଖାଯାଇଛି। ବିଦ୍ୟୁତ ଖୁଣ୍ଟି ପୂର୍ତ୍ତବିଭାଗ ରାସ୍ତା କଡରେ ଯେପରି ଭାବରେ ପୋତା ଯାଇଛି କୌଣସି ସମୟରେ ମଧ୍ୟ ରାସ୍ତା କଡରେ ବୃକ୍ଷ ରୋପଣ ହୋଇପାରିବ ନାହିଁ। ଭବିଷ୍ୟତରେଏହି ପୂର୍ତ୍ତବିଭାଗ ରାସ୍ତା ଚଉଡା ହେବାର ଯୋଜନା ଥିବାବେଳେ ପୂର୍ତ୍ତବିଭାଗର ରାସ୍ତା କଡରେ ବିନା ଅନୁମତିରେ ମନଇଚ୍ଛା ବିଦ୍ୟୁତ ଖୁଣ୍ଟ ପୋତିବା ସହ ରାସ୍ତା କଡର ଗଛ ଗୁଡିକି ସମ୍ପୂର୍ଣ୍ଣ ଓ ଆଂଶିକ କାଟି ନିଜର ଦାଦାଗିରି ଜାହିର କରିବା ମନେ ହେଉଛି। ଏହି ଗଛ କାଟି ପରିବେଶ ଧ୍ୱଂସ କରିଥିବା ଯୋଗୁଁ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟୁତ ବିଭାଗ ବିଦ୍ୟୁତ ବିଭାଗ ସଂଯୋଗ ନଦେବାକୁ ଜନସାଧାରଣ ଦାବି କରିବା ସହ ଆଇ.ଓ.ସି.ଏଲ. ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଏବଂ ପୂର୍ତ୍ତବିଭାଗ ଓ ବନବିଭାଗ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here