ଯାଞ୍ଚ ପରେ ଗଞ୍ଜାମରେ ପଂଚାୟତ ନିର୍ବାଚନ ପାଇଁ ୧୫୬୧୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ

0
483

ବ୍ରହ୍ମପୁର ,୨୩/୦୧/୨୦୨୨ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ସମୟ ଗତ ୨୧ ତାରିଖରେ ସରିଥିଲା ବେଳେ ଆଜି ପଂଚାୟତ , ବ୍ଲକ୍ ଓ ଉପଖଣ୍ଡ ସ୍ତରରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଅଛି । ଗଞ୍ଜାମ ଜିଲ୍ଲାରେ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟା ପରେ ନାମାଙ୍କନ କରିଥିବା ୨୫୮୯୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୧୫୬୧୦ ଜଣଙ୍କ କାଏମ ରହିଥିବା ଜିଲ୍ଲା ପଚାଂୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୁଚନା ମିଳିଛି । ପ୍ରାପ୍ତ ଖବର ଅନୁଯାୟୀ ଗଞ୍ଜାମରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦାଖଲ ହୋଇଥିବା ୨୮୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଯାଞ୍ଚରେ ୯ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ ହେବା ପରେ ୨୭୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସେପରି ସରପଞ୍ଚ ପ୍ରାର୍ଥୀ ଭାବେ ଦାଖଲ ହୋଇଥିବା ୨୨୧୮ ପ୍ରାର୍ଥୀପତ୍ର ମଧ୍ୟରୁ ୫୫ଜଣଙ୍କ ପ୍ରାର୍ଥୀପତ୍ର ନାକଚ ପରେ ୨୧୬୩ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ପଚାଂୟତ ସମିତି ସଭ୍ୟ ଭାବେ ଦାଖଲ କରିଥିବା ୧୮୪୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ଜଣଙ୍କ ନାମାଙ୍କନ ଯାଞ୍ଚରେ କଟିଯିବା ପରେ ୧୮୧୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ସେପରି ଓ୍ବାର୍ଡ ମେମ୍ବର ପାଇଁ ଦାଖଲ ହୋଇଥିବା ୧୧୫୪୧ ଜଣଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୧୮୯ ଜଣଙ୍କ ପ୍ରାର୍ଥୀପତ୍ର ଯାଞ୍ଚରେ କଟିବା ପରେ ୧୧୩୫୨ଜଣଙ୍କ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here