ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କଲା “ଜିଲ୍ଲା ଖବର”

0
360

ଆସିକା,୨୩/୦୧/୦୨୨: ସ୍ଥାନୀୟ ଲାଏନ୍ସ କ୍ଳବ ପରିସରରେ “ଜିଲ୍ଲା ଖବର” ର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ “ସାମ୍ବାଦିକତା ଓ ରାଜନୀତି ଭଳି ସାମ୍ପ୍ରତିକ ସମୟର କଥା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ, ସମୀର ଆଚାର୍ଯ୍ୟ,ବ୍ରହ୍ମପୁର ଏସ ଏମ ଆଇ ଟି ଅଧିକ୍ଷ ହରିସ ବେହେରା ସୁରେନ୍ଦ୍ର ସାହୁ, ନୃସିଂହ ନନ୍ଦ ପାଢ଼ୀ , ପ୍ରସନ୍ନ ଭଟ୍ଟ, ମହାସଚିବ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଦଣ୍ଡପାଣୀ ମହାପାତ୍ର ,ପ୍ରମୁଖ ଯୋଗ ଦେଇଥିଲେ। ସାମ୍ପ୍ରତିକ ସମୟରେ ରାଜନୀତି ଓ ସାମ୍ବାଦିକ ମଧ୍ୟରେ ହେଉଥିବା ସ୍ଥିତି ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ଉପସ୍ଥାପକ ଭାବେ ବଳରାମ ପୋଲାଇ ସଂଯୋଜନା କରିଥିଲେ।ବରିଷ୍ଠ ସାମ୍ବାଦିକ ଅନିଲ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଖବରକୁ ଚାରିବର୍ଷ ପୂରଣ ହୋଇଥିବା ନେଇ ଖୁସିବ୍ୟକ୍ତ କରିଥିଲେ ଚାନେଲ ପ୍ରତିଷ୍ଠାତା କ୍ଷୀରୋଦ କୁମାର ବେହେରା। ପରିଚାଳନା ନିର୍ଦ୍ଦେଶିକ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ଖୁବଶୀଘ୍ର ଖବର ପରିବେଷଣ କରିବା ଦିଗରେ ସର୍ବଦା ଶୀର୍ଷରେ ରହୁଥିବା ବିଷୟ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ସମାଜ ସେବୀ ବ୍ରହ୍ମାନନ୍ଦ ଅଚାରୀ ସୁନ୍ଦର ବାର୍ତ୍ତା ମାଧ୍ୟମରେ ଜିଲ୍ଲା ଖବର ଅନୁଷ୍ଠାନକୁ ସ୍ମୃତି ଫଳକ ଦେଇ ସମ୍ମାନିତ କରିଥିଲେ। କମଳେନ୍ଦୁ ହୋତା, ପୀତବାସ ଦାଶ,ଜଗନ୍ନାଥ ସାହୁ, ରତ୍ନାକର ଶିୟ, ପ୍ରଶାନ୍ତ କୁମାର ମୁନି, ନୀଳାଞ୍ଚଳ ଗୌଡ଼, ବାଲ୍ମୀକି ବିଶୋଇ, ଲିନା ଭଉଣୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here